କାନପୁର: ଚିକିତ୍ସା କରିବା ଆଳରେ ରୋଗୀଙ୍କ ଇଜ୍ଜତ ଲୁଟିଲେ ଡାକ୍ତର। ସ୍ତନରେ ମାଂସପିଣ୍ଡୁଳା ହୋଇଥିବାରୁ ଚିକିତ୍ସା ପାଇଁ ମହିଳା ଡାକ୍ତରଙ୍କ ପାଖକୁ ଯାଇଥିଲେ। ହେଲେ ଏହାର ପରୀକ୍ଷା ସମୟରେ ମହିଳାଙ୍କ ସ୍ପର୍ଶକାତର ଅଙ୍ଗର ଭିଡିଓ ଉତ୍ତୋଳନ କରିଦେଇଥିଲେ ଡାକ୍ତର। ଏହାପରେ ଉକ୍ତ ଭିଡିଓ ଭାଇରାଲ କରିବାର ଧମକ ଦେଇଥିଲେ ଡାକ୍ତର। ଏଭଳି ଧମକ ଦେଇ ସେ ମହିଳାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ଅଭିଯୋଗ ହୋଇଛି। କାନପୁରର ହୈଲଟର ଏକ  ଡାକ୍ତରଖାନାର ଜଣେ ଲମ୍ପଟ ଡାକ୍ତର ଏଭଳି କରିିଥିବା ସାମ୍ନାକୁ ଆସିଛି।

Advertisment

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଡାକ୍ତରଙ୍କ ଅନ୍ୟ ସ୍ଥାନରେ ପୋଷ୍ଟିଂ ହୋଇଥିଲେ ବି ସେ କାନପୁର ଆସି ଉକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରୁଥିଲେ। ବାରମ୍ବାର ଏଭଳି ହେବାରୁ ଶେଷ‌ରେ ପୀଡ଼ିତା ପୁଲିସକୁ ସାହାଯ୍ୟ ମାଗିଥିବା କହିଛନ୍ତି। ମହିଳାଙ୍କ ଅଭିଯୋଗ ମୁତାବକ, ସ୍ତନରେ ମାଂସପିଣ୍ଡୁଳା ହୋଇଥିବାରୁ ଚିକିତ୍ସା ପାଇଁ ସେ ଅଭିଯୁକ୍ତ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ। ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଭାବି ସେ ଡାକ୍ତରଙ୍କୁ ନିଜ ସମସ୍ୟା ବିଷୟରେ ଟିକିନିକି କରି ସବୁ କହିଥିଲେ। ଏହା ପରେ ମାଂସପିଣ୍ଡୁଳା ଦେଖିବା ବାହାନାରେ ଅଭିଯୁକ୍ତ ଡାକ୍ତର ମହିଳାଙ୍କ ଭିଡିଓ ରେକର୍ଡ କରିଥିଲେ। ପରେ ଭିଡିଓ ଭାଇରାଲ କରିବାର ଧମକ ଦେଇ ଡାକ୍ତର ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଅନ୍ୟ ସ୍ଥାନରେ ପୋଷ୍ଟିଂ ହୋଇଥିଲେ ବି ସେ କାନପୁର ଆସି ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ।

ତେବେ ପୀଡ଼ିତାଙ୍କ ଅଭିଯୋଗ ପରେ ଏବେ ପୁଲିସ ସତ ଜାଣିବା ପାଇଁ ଘଟଣାର ତଦନ୍ତ ଆରମ୍ଭ କରିଛି। ଖୁବ୍ ଶୀଘ୍ର ଡାକ୍ତରଙ୍କୁ ଗିରଫ କରାଯିବା ଲାଗି ପୁଲିସ ଉଦ୍ୟମ ଜାରି ରଖିଛି।