ଚତୁର୍ଥ ବିବାହ ପାଇଁ ନିଜ ଚାରି ବର୍ଷ ପୁଅକୁ ହତ୍ୟା କଲା ମା’

ପାଟନା: ବିହାରର ରାଜଧାନୀ ପାଟନାରେ ଏକ ଅଭାବନୀୟ ଘଟଣା ଘଟିଛି। ଚତୁର୍ଥ ବିବାହ ପାଇଁ ମା’ ତାର ଚାରିବର୍ଷର ନିରୀହ ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ମହିଳାଙ୍କୁ ଶନିବାର ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି।

ଉକ୍ତ ମହିଳାଙ୍କ ବିରୋଧରେ ଅଭିଯୋ‌ଗ ହୋଇଛି କି ସେ ତାଙ୍କ ଚାରିବର୍ଷର ଆଂଶିକ ଦୃଷ୍ଟିହୀନ ଏବଂ କଥା କହି ପାରୁ ନଥିବା ଚାରି ବର୍ଷ ପୁଅକୁ ଗଭୀର ପାଣିରେ ବୁଡ଼ାଇ ହତ୍ୟା କରିଛନ୍ତି। ଗିରଫ ମହିଳା ଜଣକଙ୍କ ନାମ ଧର୍ମଶାଳା ଦେବୀ ବୋଲି ପାଟନା ଜିଲ୍ଲାର ଶାହାଜାହାନପୁର ପୁଲିସର ଏସଏଚଓ ଅମରନ୍ଦ୍ର କୁମାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଫତୁହାସ୍ଥିତ ଶାହାଜାହାନପୁର ପୁଲିସ ଷ୍ଟେସନ ଅଞ୍ଚଳରେ ହାସନପୁର ଖାନ୍ଦା ଗାଁରେ ଏହି ଘଟଣା ଘଟିଛି। ଘଟଣା ଘଟିବାର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଧର୍ମଶାଳା ଦେବୀଙ୍କୁ ପୁଲିସ ଗିରଫ କରିଥିଲା।

ଅରୁଣ ଚୌଧୁରୀଙ୍କୁ ବିବାହ କରିବା ପରେ ସାଜନଙ୍କ ଜନ୍ମ ହୋଇଥିଲା। ଅରୁଣ ନାଲନ୍ଦାର ହିଲସା ପୁଲିସ ଷ୍ଟେସନ ଅଞ୍ଚଳରେ ବସବାସ କରୁଥିଲେ।

ପୁଲିସ ଅଧିକାରୀଙ୍କ କହିବାନୁସାରେ, ପ୍ରାୟ ୫ବର୍ଷ ପୂର୍ବେ ଅରୁଣ ଏବଂ ଧର୍ମଶାଳାଙ୍କ ବିବାହ ହୋଇଥିଲା। କିନ୍ତୁ ଗୋଟିଏ ବର୍ଷ ପରେ ସେ ଅରୁଣଙ୍କଠାରୁ ଅଲଗା ହୋଇ ଯାଇଥିଲେ। ଏହି ସମୟ ମଧ୍ୟରେ ଅରୁଣ ସାଜନଙ୍କୁ ତାଙ୍କ ସହିତ ରଖିବାକୁ ଦାବି କରିଥିଲେ, କିନ୍ତୁ ଧର୍ମଶାଳା ତାଙ୍କ ପୁଅକୁ ନିଜ ପାଖରେ ରଖିଥିଲେ।

ଏସଏଚଓଙ୍କ କହିବାନୁସାରେ, ପ୍ରଥମ ସ୍ବାମୀଙ୍କୁ ଛାଡ଼ିବା ପରେ ଅଭିଯୁକ୍ତ ମହିଳା ପୁନର୍ବାର ବିବାହ କରିଥିଲେ, କିନ୍ତୁ ତାଙ୍କ ସ୍ୱାମୀଙ୍କର ଶୀଘ୍ର ମୃତ୍ୟୁ ହୋଇ ଯାଇଥିଲା। ଏହା ପରେ ଧର୍ମଶାଳା ଫାଟୁହା ପୁଲିସ ଷ୍ଟେସନର ମୁସ୍ତାଫାବାଦରେ ରହୁଥିବା ମହେଶ ଚୌଧୁରୀଙ୍କୁ ବିବାହ କରିଥିଲେ। ତେବେ ଦୁଇ ମାସ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ମହେଶଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା। ଏହା ପରେ ଧର୍ମଶାଳା ଚତୁର୍ଥ ବିବାହ ପାଇଁ ସ୍ଥିର କରିଥିଲେ। ତେବେ ତାଙ୍କ ପୁଅ ସାଜନ ବିବାହ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ମଧ୍ୟରେ ଏକ ପ୍ରତିବନ୍ଧକ ପାଲଟି ଯାଇଥିଲା। ଏଭଳି ପରିସ୍ଥିତିରେ ଅଭିଯୁକ୍ତ ମହିଳା ତାଙ୍କ ପୁଅକୁ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର