ନୂଆଦିଲ୍ଲୀ: ପଞ୍ଜାବର ବଠିଣ୍ଡା ସହରର ଏକ ଘରୋଇ ହସ୍ପିଠାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।
ପୀଡିତା ମହିଳା ସିଭିଲ ହସ୍ପିଟାଲ ବଠିଣ୍ଡାରେ ନିଜର ଡାକ୍ତରି ମାଇନା କରି ଏହି ଗଣଦୁଷ୍କର୍ମ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମହିଳାଙ୍କ ବୟାନ ରେକର୍ଡ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/post_attachments/2b752d229a83e7f2d996d8c6bd0f7a497b5d7226e8dfe657587989aabd13fcbe.jpg)
ଫାଜିଲକା ଜିଲ୍ଲାରେ ରହୁଥିବା ପୀଡିତା କହିଛନ୍ତି, ଅପରେସନ ପାଇଁ ସେ ବଠିଣ୍ଡାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅକ୍ଟୋବର ୪ ତାରିଖରେ ତାଙ୍କର ଅସ୍ତ୍ରୋପଚାର ହେବାର ଥିଲା। ହସ୍ପିଟାଲ ଷ୍ଟାଫ ତାଙ୍କୁ ଅପରେସନ ଥିଏଟର ନେଇ ଯାଇଥିଲେ। ସେଠାରେ ତାଙ୍କୁ ଆନେସଥେସିଆ ଇନଜେକସନ ଦିଆଯାଇଥିଲା।
ଚେତା ଆସିବା ପରେ ଜାଣିବାକୁ ପାଇଲେ ଯେ ସେ ଗଣଦୁଷ୍କର୍ମ ଶିକାର ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ହସ୍ପିଟାଲର ଡାକ୍ତରଙ୍କୁ କୌଣସି ସୂଚନା ନଥିଲା। ଏହାପରେ ଉକ୍ତ ହସ୍ପିଟାଲରୁୁ ଚାଲି ଆସି ସେ ସିଭିଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ପୁଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ସିଭିଲ ଲାଇନ ପୁଲିସ ଘଟଣାର ଯାଞ୍ଚ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/58a54498-2404-4dfa-ba6a-e976c371ac0a.jpg)