ଅଭିନୟ କରିବାର ଅଫର ଦେଇ ଦୁଷ୍କର୍ମ କଲେ ୟୁଟ୍ୟୁବର, ବନାଇଲେ ଭିଡିଓ

ନୂଆଦିଲ୍ଲୀ : ଦିଲ୍ଲୀରେ ରହୁଥିବା ଜଣେ ମହିଳା ନୋଏଡାର ଜଣେ ୟୁଟ୍ୟୁବରଙ୍କ ଉପରେ ଦୁଷ୍କର୍ମର ଆରୋପ ଲଗାଇଛନ୍ତି । ଅଭିନୟ କରିବାର ସୁଯୋଗ ଦେବି ବୋଲି କହି ଏକ ଗେଷ୍ଟ ହାଉସକୁ ଡ଼କାଇଥିଲେ ଅଭିଯୁକ୍ତ । ଯାହା ପରେ ଅଭିନୟର ସୁଯୋଗ ବିଷୟରେ କଥା ହେବା ପରିବର୍ତ୍ତେ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ସହ ଭିଡିଓ ବନାଇ ଥିଲେ । ପରେ ସେହି ଭିଡିଓ ଭାଇରାଲ କରିବାର ଧମକ ଦେଇ ପୀଡ଼ିତାଙ୍କଠାରୁ ୨ଲକ୍ଷ ଟଙ୍କା ନେଇଥିଲେ ଅଭିଯୁକ୍ତ । ବାରମ୍ବାର ବ୍ଲାକ୍‌ମେଲ କରୁଥିବାରୁ ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିବା ସହ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ । ଅଭିଯୁକ୍ତର ନାଁ ଗୌରବ ଯାଦବ ବୋଲି ଜଣାପଡ଼ିଛି ।

oneindia.com

ସୂଚନା ମୁତାବକ, ଗୌରବ ପୀଡ଼ିତାଙ୍କୁ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଅଭିନୟ କରିବାର ସୁଯୋଗ ଦେବା ପାଇଁ ମାର୍ଚ୍ଚ ୬ରେ ନିଜ ଗେଷ୍ଟ ହାଉସକୁ ଡ଼କାଇଥିଲେ । ଏହା ପରେ ପୀଡ଼ିତାଙ୍କୁ ନିଶା ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହି ସମୟରେ ରୁମ୍‌ ଭିତରେ ଲାଗିଥିବା କ୍ୟାମେରାରେ ଦୁଷ୍କର୍ମର ଦୃଶ୍ୟ ରେକର୍ଡ ହୋଇ ଯାଇଥିଲା । କିନ୍ତୁ ପୀଡ଼ିତାଙ୍କୁ ଦୁଷ୍କର୍ମ ବିଷୟରେ କିଛି ବି ଜଣା ପଡ଼ି ପାରି ନଥିଲା ।

ଦୁଇ ଦିନ ପରେ ଅଭିଯୁକ୍ତ ପୁଣି ଥରେ ନିଜ ଗେଷ୍ଟ ହାଉସକୁ ପୀଡ଼ିତାଙ୍କୁ ଡ଼କାଇ ଟଙ୍କା ମାଗିବା ଆରମ୍ଭ କରିଥିଲେ । ଯାହା ପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ପୀଡ଼ିତା ଜାଣିବାକୁ ପାଇଥିଲେ । ପ୍ରଥମେ ସେ ଭିଡିଓ ଭାଇରାଲ ହେବା ଡ଼ରରେ ୨ଲକ୍ଷ ଟଙ୍କା ଦେଇଥିବା ବେଳେ ପରେ ଆହୁରି ଟଙ୍କା ମାଗିବାରୁ ପୀଡ଼ିତା ଏବେ ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର