ଚଣ୍ଡିଗଡ଼: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଭୋଗୁଥିବା ଗୁର୍ମିତ ରାମ ରହିମ୍ଙ୍କ ବିରୋଧରେ ମିଛ ସାକ୍ଷ ଦେବା ପାଇଁ ଡେରା ସଚ୍ଚା ସୌଦାର ପୂର୍ବତନ ଡ୍ରାଇଭର ଖଟ୍ଟା ସିଂହ ଚାପ ପକାଇଥିଲେ ବୋଲି ଜଣେ ମହିଳା କହିଛନ୍ତି।
ସାମ୍ବାଦିକ ରାମ ଚନ୍ଦର ଛତ୍ରପତି ଏବଂ ପୂର୍ବତନ ଡେରା ପରିଚାଳକ ରଞ୍ଜିତ ସିଂହଙ୍କ ହତ୍ୟା ମାମଲାରେ ଗୁର୍ମିତ ରାମ ରହିମଙ୍କ ଖୁଲାସା କରିବାକୁ ଖଟ୍ଟା ସିଂହ ଆବେଦନ କରିବା ପରେ ଏହି ମାମଲା ସାମ୍ନାକୁ ଆସିଛି।
ଖଟ୍ଟା ସିଂହଙ୍କ ଭାଣିଜୀ ସୁମିନ୍ଦର କୌର୍ କହିଛନ୍ତି ଯେ ଗୁର୍ମିତଙ୍କ ବିରୋଧରେ ସାକ୍ଷୀ ଦେବା ପାଇଁ ଖଟ୍ଟା ସିଂହ ତାଙ୍କ ଉପରେ ଚାପ ପକାଇଥିଲେ।
ଖଟ୍ଟା ସିଂହ ଡେରାକୁ ବଦ୍ନାମ କରିବାର ଷଡ଼ଯନ୍ତ୍ର କରିଥିଲେ। ସେ ମୋତେ ସେହି ଷଡ଼ଯନ୍ତ୍ରରେ ସାମିଲ୍ କରାଇବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ମୁଁ ମନା କରିବାରୁ ସେ ମୋତେ ଧମକ ଦେଇଥିଲେ। ଏପରିକି ସେ ମୋତେ ଅପହରଣ ଧମକ ମଧ୍ୟ ଦେଇଥିଲେ ବୋଲି ସୁମିନ୍ଦର କହିଛନ୍ତି।