ସ୍ୱାମୀକୁ ଗଛରେ ବାନ୍ଧି ବନ୍ଧୁକ ମୁନରେ ବିଚ୍‌ ରାସ୍ତାରେ ସ୍ତ୍ରୀ ଓ ଝିଅକୁ ଗଣଦୁଷ୍କର୍ମ

ଗୟା(ବିହାର) : ବିହାରର ଗୟାରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା । ସ୍ୱାମୀ, ସ୍ତ୍ରୀ ଏବଂ ଝିଅ ଘରକୁ ଫେରୁଥିବା ବେଳେ ୨୦ଜଣ ଦୁର୍ବୃତ୍ତ ତାଙ୍କୁ ଘେରିବା ସହ ମା’ ଏବଂ ଝିଅ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବନ୍ଧୁକ ଦେଖାଇ ସ୍ୱାମୀକୁ ଗଛରେ ବାନ୍ଧିବା ସହ ସ୍ୱାମୀ ଆଖି ଆଗରେ ହିଁ ତାଙ୍କ ସ୍ତ୍ରୀ ଏବଂ ଝିଅ ସହ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଏହି ଘଟଣାଟି ବୁଧବାର ରାତି ୮ଟାରେ ଘଟିଥିବା ଜଣାପଡ଼ିଛି । ଅଭିଯୋଗ ପାଇବା ପରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିବା ଜଣା ପଡ଼ିଛି ।

NDTV.com

ସୂଚନା ମୁତାବକ, ଗୟାର ଗୁରୁ ବଜାରରେ ପୀଡ଼ିତ ଡ଼ାକ୍ତରଙ୍କ କ୍ଲିନକ୍‌ ରହିଛି । ବୁଧବାର କାମ ସାରି ରାତି ୮ଟା ସମୟରେ ନିଜ ସ୍ତ୍ରୀ ଏବଂ ୧୨ବର୍ଷ ଝିଅ ସହ ଘରକୁ ଫେରୁଥିବା ବେଳେ ୨୦ଜଣ ଯୁବକ ଆସି ତାଙ୍କୁ ଘେରି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଡ଼ାକ୍ତରଙ୍କ ସ୍ତ୍ରୀ ସହ ଅସଦାଚରଣ କରିବାରୁ ପୀଡ଼ିତ ଡ଼ାକ୍ତର ତାହାକୁ ବିରୋଧ କରିଥିଲେ । କିନ୍ତୁ ସେମାନେ ୨୦ଜଣ ଥିବାରୁ ଡ଼ାକ୍ତରଙ୍କୁ ଏକ ଗଛରେ ବାନ୍ଧି ମାଡ଼ ମାରିବା ସହ ତାଙ୍କ ସାମ୍ନାରେ ତାଙ୍କ ସ୍ତ୍ରୀ ଏବଂ ୧୨ବର୍ଷିୟ ଝିଅ ସହ ଗଣଦୁଷ୍କର୍ମ କରିଥିଲେ । ଏ ନେଇ ଅଭିଯୋଗ ହେବା ପରେ ଏହି ଗ୍ୟାଙ୍ଗ ପୂର୍ବରୁ କିଛି ଛାତ୍ରଙ୍କ ଠାରୁ ମୋବାଇଲ ଫୋନ ଏବଂ କିଛି ଟଙ୍କା ଚୋରି କରିଥିବାର ଜଣା ପଡ଼ିଥିଲା । ପୁଲିସ ଅଭିଯୋଗ ପାଇବା ମାତ୍ରେ ଗାଁ ଲୋକଙ୍କ ସହାୟତାରେ ସମସ୍ତ ଅଭିଯୁକ୍ତଙ୍କ ଗିରଫ କରିନେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର