ପତ୍ନୀଙ୍କ ପରକୀୟା ପ୍ରୀତିରେ ବିବ୍ରତ ହୋଇ ଦୁଇ ପୁଅଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ଯୁବକ, ପତ୍ନୀ, ୨ ପ୍ରେମିକ ଗିରଫ

ରାଜକୋଟ: ସ୍ୱାମୀଙ୍କ ଆଖିଆଗରେ ଜଣେ ଦୁଇ ଦୁଇ ଜଣ ପର ପୁରୁଷଙ୍କ ସହିତ ସମ୍ପର୍କ। ସ୍ୱାମୀ ଏହାକୁ ବିରୋଧ କରିବାରୁ ୪ ମାସ ତଳେ ସ୍ୱାମୀଙ୍କ ପାଖରେ ଦୁଇ ଜଣ ନାବାଳକ ପୁଅଙ୍କୁ ଛାଡ଼ି ଜଣେ ପ୍ରେମିକଙ୍କ ସହିତ ଘରୁ ଲୁଚି ପଳାଇଲେ। ପରେ ଦୁଇ ମାସ ତଳେ ପ୍ରଥମ ପ୍ରେମିକଙ୍କୁ ଛାଡ଼ି ଆସି ଦ୍ୱିତୀୟ ପ୍ରେମିକଙ୍କ ସହିତ ରହିଲେ। ତେବେ ପୁଣି ଦୁଇ ପ୍ରେମିକଙ୍କୁ ଛାଡ଼ି ଆସି ସ୍ୱାମୀଙ୍କ ସହିତ ଯୋର ଜବରଦସ୍ତ ତାଙ୍କ ଘରେ ରହିଲେ। ସ୍ୱାମୀ ବିରୋଧ କରିବାରୁ ତାଙ୍କ ପରିବାରକୁ ମିଥ୍ୟା କେଶ ଦେଇ ଜେଲରେ ପୁରାଇବାକୁ ଧମକ ଦେଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ସ୍ୱାମୀ ତାଙ୍କ ୫ ବର୍ଷ ଓ ୬ ବର୍ଷର ଦୁଇଜଣ ପୁଅଙ୍କୁ ପାଣିରେ ବୁଡ଼ାଇ ହତ୍ୟା କଲେ। ଆଉ ନିଜେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କଲେ। ମାତ୍ର ଦୁଇ ଶିଶୁ ପୁତ୍ରଙ୍କୁ ହତ୍ୟା ଓ ନିଜ ଆତ୍ମହତ୍ୟା ପାଇଁ ତାଙ୍କୁ ତାଙ୍କ ପତ୍ନୀ ଓ ତାଙ୍କ ପତ୍ନୀଙ୍କ ଦୁଇ ପ୍ରେମିକ ବାଧ୍ୟ କରିଛନ୍ତି ବୋଲି ମୃତ ସ୍ୱାମୀ ଜଣକ ଏକ ସୁଇସାଇଡାଲ ନୋଟ୍‌ ଲେଖି ଯାଇଥିଲେ। ଏହି ଆଧାରରେ ଏବେ ପୁଲିସ ମୃତ ଯୁବକଙ୍କ ପତ୍ନୀ ଓ ତାଙ୍କ ଦୁଇ ପ୍ରେମିକଙ୍କୁ ଗିରଫ କରିଛି।ଏପରି ଏକ ଘଟଣା ଏବେ ରାଜକୋର୍ଟ ସହରରେ ଚର୍ଚ୍ଚା ବିଷୟ ହୋଇଛି।


ପୁଲିସ ସୁତ୍ରରୁ ପ୍ରକାଶ ଯେ, ଗୁଜରାଟ ରାଜକୋଟର କୁଭାଡ୍‌ଭା ଥାନା ଅଞ୍ଚଳର ରାମେଶ ଜେଶାନୀ ନାମକ ଜଣେ ଯୁବକ ତାଙ୍କ ପତ୍ନୀ ଅଲ୍ପା , ଦୁଇ ପୁଅହରିଶ(୫ବର୍ଷ) ଓ ଅଭି(୮ ବର୍ଷ) ଙ୍କ ସହିତ ରହୁଥିଲେ। ମାତ୍ର ୪ ମାସ ତଳେ ରମେଶଙ୍କ ଜୀବନରେ ଝଡ଼ ଉଠିଥିଲା। ରମେଶଙ୍କ ପତ୍ନୀ ଅଲ୍ପା (୨୭ ବର୍ଷ)ଙ୍କର ଦୁଇ ଜଣ ପର ପୁରୁଷଙ୍କ ସହିତ ସମ୍ପର୍କ ଥିବା ଜାଣିବା ପରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ନ ଥିଲା। ତେବେ ହଠାତ ଦିନେ ଅଲ୍‌ପା ତାଙ୍କ ପୁଅ ଓ ସ୍ୱାମୀଙ୍କୁ ଛାଡ଼ି ୩୬ ବର୍ଷୀୟ ପ୍ରେମିକ ଶୈଳେଶ ଓରଫ କାର୍ତ୍ତିକ ମଲଖିଆଙ୍କ ସହିତ ଘରୁ ଲୁଚି ଫେରାର ହୋଇ ଯାଇଥିଲେ। କିଛି ଦିନ ପରେ ଅଲ୍ପା ଶୈଲେଶଙ୍କୁ ଛାଡ଼ି ଦ୍ୱିତୀୟ ପ୍ରେମିକ ୩୨ ବର୍ଷୀୟ ଲଖା ଓରଫ କାଲୁ ସୋଲାଙ୍କି ସହିତ ରହିଥିଲେ। ଅଲ୍ପାଙ୍କ ଏପ୍ରକାର ଅନୈତିକ ସମ୍ପର୍କ ନେଇ ବେଶ ମାନସିକ ଚାପରେ ଥିଲେ ରମେଶ। ଏପରିକି ଏଥିପାଇଁ ସେ ସମାଜରେ ବଦନାମ ହେଉଥିବା ମଧ୍ୟ ଅନୁଭବ କରୁଥିଲେ। ତେବେ କିଛିଦିନ ପରେ ଦୁଇଜଣ ପ୍ରେମିକଙ୍କୁ ଛାଡ଼ି ଅଲ୍ପା ଆସି ରମେଶଙ୍କ ଘରେ ପହଞ୍ଚିଥିଲେ ଓ ତାଙ୍କ ଘରେ ଯୋର ଜବରଦସ୍ତ ରହିଥିଲେ। କେବଳ ସେତିକି ନୁହେଁ, ଯଦି ତାଙ୍କୁ ରମେଶ ବିରୋଧ କରନ୍ତି, ତେବେ ସେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମିଛ କେଶରେ ଫସାଇ ଜେଲ ପଠାଇ ଦେବେ ବୋଲି ଧମକଚମକ ଦେଇଥିଲେ।ଏହାକୁ ନେଇ ଅବସାଦଗ୍ରସ୍ତ ଥିବା ରମେଶ ଗତ ମଙ୍ଗଳବାର ରାତିରେ ପ୍ରଥମେ ତାଙ୍କ ସାନ ପୁଅ ହରିଶ(୫ବର୍ଷ)ଙ୍କୁ ଛାତ ଉପରକୁ ନେଇ ପାଣି ଟାଙ୍କିରେ ବୁଡ଼ାଇ ହତ୍ୟା କରିଥିଲେ। ପରେ ଅଭି(୮ ବର୍ଷ)ଙ୍କୁ ମଧ୍ୟ ନେଇ ସେହି ଟାଙ୍କିରେ ବୁଡ଼ାଇ ହତ୍ୟା କରିବା ପରେ ସୁଇସାଇଡ ନୋଟ୍‌ ଲେଖି ତାଙ୍କ ଦୁଇ ପୁଅଙ୍କ ହତ୍ୟା ଓ ତାଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ପତ୍ନୀ ଅଲ୍ପା ଓ ଅଳ୍ପାଙ୍କ ଦୁଇ ପ୍ରେମିକ ଶୈଲେଶ ଓ କାଳୁ ଦାୟୀ ବୋଲି ଲେଖି ଆତ୍ମହତ୍ୟା କରି ଦେଇଥିଲେ। ଏହି ଘଟଣାରେ ତଦନ୍ତ କରାଯାଇ ପତ୍ନୀ ଓ ତାଙ୍କ ଦୁଇ ପ୍ରେମିକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର