କୋଲକାତା: ପଶ୍ଚିମବଙ୍ଗରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବିଜୟଗଡ଼ ଅଞ୍ଚଳର ଜଣେ ମହିଳା ଦୈନିକ ଏକ କୁକୁରକୁ ଖାଇବା ଦେଉଥିବା କାରଣରୁ ସଂପୃକ୍ତ ଅଞ୍ଚଳର ଲୋକେ ମହିଳାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ଏହି ଘଟଣା ଘଟିବା ପରେ ମହିଳା ଜଣକ ପୁଲିସ୍ରେ ଏ ନେଇ ଅଭିଯୋଗ କରିଛନ୍ତି।
ମହିଳାଙ୍କ ନାମ ପ୍ରିୟଙ୍କା ଶାହା। ସେ ବୃତ୍ତିରେ ଜଣେ ଓକିଲ। ପ୍ରିୟଙ୍କା ନିଜେ ରହୁଥିବା ଅଞ୍ଚଳରେ ଏକ କୁକୁରକୁ ତାଙ୍କ ଭଉଣୀ ସହ ମିଶି ଖାଇବାକୁ ଦିଅନ୍ତି। ଦିନେ ଦୁଇ ଭଉଣୀ ମିଶି କୁକୁରକୁ ଖାଇବାକୁ ଦେଉଥିବା ବେଳେ ସେହି ଅଞ୍ଚଳର କିଛି ଲୋକ ଆସି ସେମାନଙ୍କ ଉପରେ ବିରକ୍ତ ହୋଇଥିଲେ। ସେମାନଙ୍କର କୁକୁରକୁ ଖାଇବାକୁ ଦେବାର ଯଦି ଏତେ ସଉକ ତେବେ ସେ ଅଞ୍ଚଳରୁ ବାହାରି ଯାଆନ୍ତୁ ବୋଲି କହିଥିଲେ ସ୍ଥାନୀୟ ଲୋକେ।
ପ୍ରିୟଙ୍କାଙ୍କ କହିବା କଥା ହେଲା ସେମାନେ ଯେଉଁଠାରେ କୁକୁରକୁ ଖାଇବାକୁ ଦେଉଥିଲେ ସେଠାରେ କାହାର ଘର ବି ନଥିଲା। ତା‘ଛଡ଼ା ସେମାନେ ତଳେ ଖାଇବାକୁ ଦେଉ ନଥିଲେ। ଏକ କାଗଜ ପ୍ଲେଟ୍ ଉପରେ କୁକୁରକୁ ଖାଇବାକୁ ଦେଉଥିଲେ।