ଖଣ୍ଡଗିରି : ବ୍ୟବସାୟରେ ୧୫ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ବୁଧବାର ଖଣ୍ଡଗିରି ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତା ହେଲେ ଡୁମୁଡୁମା ହାଉସିଂ ବୋର୍ଡ କଲୋନି ଫେଜ୍-୫ରେ ରହୁଥିବା ସବନମ୍ ସିରିନ୍(୩୫)। ପୁଲିସ ସୂଚନାନୁସାରେ ଅଭିଯୁକ୍ତା ସବନମ୍ ବିଦ୍ୟୁତ୍ ଉପକରଣ ହୋଲ୍ସେଲ୍ ବ୍ୟବସାୟ କରନ୍ତି। ୨୦୧୯ ମସିହା ମାର୍ଚ୍ଚ ମାସରେ ସେ ଏୟାରଫିଲ୍ଡ ଅଞ୍ଚଳର ବ୍ୟବସାୟୀ ଜିତେନ୍ଦ୍ର ପ୍ରସାଦ ସାହୁଙ୍କୁ ମାଲ୍ ଯୋଗାଇବା ପାଇଁ ଚୁକ୍ତି କରିଥିଲେ ଓ ତାଙ୍କଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ। ମାତ୍ର ଚୁକ୍ତି ଅନୁସାରେ ସେ ଜିତେନ୍ଦ୍ରଙ୍କୁ ମାଲ୍ ଦେଲେ ନାହିଁ କିମ୍ବା ଟଙ୍କା ଫେରସ୍ତ କଲେ ନାହିଁ। ବାରମ୍ବାର ଟଙ୍କା ଫେରସ୍ତ ପାଇଁ ଜିତେନ୍ଦ୍ର ସବନମ୍ଙ୍କ ପାଖକୁ ଧାଇଁ ଧାଇଁ ହତାଶ ହେବା ପରେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ।
ଖଣ୍ଡଗିରି : ୧୫ଲକ୍ଷ ଠକେଇ ଅଭିଯୋଗ, ମହିଳା ଗିରଫ
/sambad/media/post_attachments/wp-content/uploads/2019/12/arrest-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)