ଏସିଡ ଆକ୍ରମଣର ଶିକାର ହେବା ପରେ ମହିଳା ଏକକିମି ପର୍ଯ୍ୟନ୍ତ ଦୌଡ଼ି ଘରେ ପହଞ୍ଚିଥିଲେ

ନୂଆଦିଲ୍ଲୀ: ରାଜସ୍ଥାନର ଭିଲୱାଡା ଜିଲ୍ଲାରୁ ଏସିଡ ଆକ୍ରମଣର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ମହିଳା ଗୁରୁତର ଆହତ ହୋଇଥିଲେ। ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୁହାଯାଉଛି କି, ଏସିଡ ଆକ୍ରମଣକାରୀ ସାଧୁ ବେଶରେ ଆସି ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ। ଏସିଡ ଆକ୍ରମଣର ଶିକାର ହେବା ପରେ ମହିଳା ଜୀବନ ବଞ୍ଚାଇବା ପାଇଁ ଏକକିମି ପର୍ଯ୍ୟନ୍ତ ଦୌଡ଼ି ଯାଇ ଘରେ ପହଞ୍ଚିଥିଲେ। ଏହି ଆକ୍ରମଣରେ ମହିଳାଙ୍କ ଚେହେରା ଠାରୁ ଆରମ୍ଭ କରି ଶରୀରର ଅନେକ ସ୍ଥାନ ଜଳି ଯାଇଛି। ପୀଡିତ ମହିଳାଙ୍କ ବୟସ ପାଖାପାଖି ୪୩ବର୍ଷ ହେବ ବୋଲି ଜଣାପଡ଼ିଛି।

ଏହି ଘଟଣା ଗତ ମଙ୍ଗଳବାର ସକାଳ ୧୦ଟା ସମୟରେ ଘଟିଛି। ତେବେ ହସ୍ପିଟାଲ ଯିବା ସମୟରେ ମହିଳା କହିଥିଲେ, ସେ ଚାଷ ଜମିରେ କାମ କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ସାଧୁ ବେଶରେ ଆସି ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ, ମହିଳା ଯେମିତି ତଳେ ପଡ଼ି ଯାଇଥିଲେ ସେ ଏସିଡରେ ଆକ୍ରମଣ କରିଥିଲେ। ତେବେ ଚାଷ ଜମି ଘରଠାରୁ ଗୋଟେ କମି ଦୂରରେ ରହିଛି। ମହିଳା ଏହି ଆକ୍ରମଣର ଶିକାର ହେବା ପରେ ଜୀବନ ବଞ୍ଚାଇବା ପାଇଁ ଘର ପର୍ଯ୍ୟନ୍ତ ଦୌଡ଼ି ଯାଇଥିଲେ।

ମହିଳାଙ୍କ ଏପରି ଅବସ୍ଥା ଦେଖି ତାଙ୍କ ସ୍ବାମୀ ସଙ୍ଗେସଙ୍ଗେ ତାଙ୍କର ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇ ଯାଇଥିଲା। ମହିଳାଙ୍କ ଚିକିତ୍ସା ଜାରି ରହିଛି। ତେବେ ଏହି ଘଟଣା କେଉଁ କାରଣ ପାଇଁ ଘଟିଛି, ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ନଥିଲା।

ସମ୍ବନ୍ଧିତ ଖବର