ଛେଳି ବଗିଚାରେ ପଶି ଗଛ ଖାଇ ଦେବାରୁ ମାଲିକାଣୀକୁ ମାଡ଼ମାରି, କାନ କାଟି ଗହଣା ଲୁଟି ନେଲେ ପଡ଼ୋଶୀ

କୋଲକାତା:  ପଶ୍ଚିମବଙ୍ଗ ଉତ୍ତର ଦିନାଜପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପଡ଼ିଶା ଘରେ ପଶି  ଛେଳି ଗଛ ଖାଇ ଦେଇଥିଲା। ଏହି ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ବଚସା ହେବା ସହିତ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହି ସମୟରେ ଜଣେ ବ୍ୟକ୍ତି ରାଗି ଯାଇ ଛେଳିର ମାଲିକାଣୀଙ୍କ ଦୁଇଟି କାନକୁ କାଟି ସେ ପିନ୍ଧିଥିବା ଗହଣାକୁ ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ମାଲିକାଣୀଙ୍କ ଝିଅ ବି ଗୁରୁତର ଆହତ ହୋଇଛି।

ଏଭଳି ଏକ ଅଭାବନୀୟ ଘଟଣା ଉତ୍ତର ଦିନାଜପୁର ଜିଲ୍ଲା କରନଦିଘି ଥାନା ଅନ୍ତର୍ଗତ ରାଙ୍ଗାଘାଟି ଗ୍ରାମରେ ଦେଖିବାକୁ ମିଳିଛି। ଗୁରୁତରଙ୍କୁ ରାୟଗଞ୍ଜ ସରକାରୀ ମେଡିକାଲ କଲେଜ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଅଭିଯୁକ୍ତ ଏବେ ଫେରାର ହୋଇଯାଇଥିବା ବେଳେ ପୁଲିସ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।

Image result for woman-beaten-up-by-neighbor
Times of India

ରାଙ୍ଗାଘାଟି ଗ୍ରାମର ଇସରାଇଲ ହକ୍‌ଙ୍କ ଛେଳି ପଡ଼ିଶା ଘରେ ରହୁଥିବା ସୋୟାରୁଲଙ୍କ ଘର ଭିତରେ ପଶି ବଗିଚାରେ ଲାଗିଥିବା ଗଛକୁ ଖାଇ ଦେଇଥିଲା। ଏହାପରେ ସୋୟାରୁଲ ପରିବାର ଏହି ଛେଳିକୁ ଧରି ଘରେ ବାନ୍ଧି ଦେଇଥିଲେ। ଛେଳିର ମାଲିକାଣୀ ଇସରାଇଲ ହକ୍‌ଙ୍କ ପତ୍ନୀ ବିଷ୍ଣୁ ଖାତୁନ୍‌ ଓ ତାଙ୍କର ଝିଅ ଶୁକତାରା ଖାତୁନ୍‌ ନିଜ ଛେଳି ନେବାକୁ ସୋୟାରୁଲଙ୍କ ଘରେ ପହଞ୍ଚିଥିଲେ । କିନ୍ତୁ ସୋୟାରୁଲଙ୍କ ପରିବାର ଲୋକ ସେଠାରେ ମା’ ଝିଅଙ୍କୁ ମାଡ ମାରିବା ଆରମ୍ଭ କରି ଦେଇଥିଲେ। କେବଳ ଏତିକି ନୁହେଁ, ବିଷ୍ଣୁ କାନରେ ପିନ୍ଧିଥିବା ଗହଣାକୁ ଟାଣି ନେଇଥିଲେ, ଫଳରେ ତାଙ୍କ କାନ କଟି ଯାଇଥିଲା।

ସମ୍ବନ୍ଧିତ ଖବର