ଆଗ୍ରା: ଉତ୍ତରପ୍ରଦେଶର ହାତରାସ ଜିଲ୍ଲାର ମୁରସାନର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ସର୍ବସାଧାରଣରେ ପିଟିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ ବାଡ଼େଇବା ସହ ତାଙ୍କୁ ଟଏଲେଟ୍‌ କ୍ଲିନର୍‌ ପିଆଇବା ପାଇଁ ବାଧ୍ୟ କରିିଥିବା ବି ଅଭିଯୋଗ ହୋଇଛି। ମହିଳାଙ୍କୁ ତାଙ୍କ ପରିବାର ଲୋକ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ୍‌କୁ ନେଇ ଯାଇଛନ୍ତି। ପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଆଲାଗଡ଼ର ଏକ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଅଭିଯୁକ୍ତଙ୍କ ନାମ ଚରଣଜୀତ୍‌।

Advertisment

ଉଲ୍ଲେଖଯୋଗ୍ୟ, ସାଧନା ଓ ତାଙ୍କ ଭଉଣୀ ଚରଣଜୀତ ଓ ଦଲଜିତ୍‌ ନାମକ ଦୁଇ ଭାଇଙ୍କୁ ବିବାହ କରିଥିଲେ। ଚରଣଜୀତ ସାଧନାକୁ ବିବାହ କରିଥିବା ବେଳେ ଦଲଜିତ୍‌ ମନିଷାଙ୍କୁ ବିବାହ କରିଥିଲେ। ଚରଣଜୀତ ଓ ସାଧନାଙ୍କ ବିବାହକୁ ପାଞ୍ଚ ବର୍ଷ ହୋଇ ଯାଇଥିଲା। ପ୍ରଥମରୁ ଦମ୍ପତିଙ୍କ ମଧ୍ୟରେ ସେପରି କୌଣସି ଅସୁବିଧା ଦେଖିବାକୁ ମିଳିନଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ମନମାଳିନ୍ୟ ହେବାରୁ ଚରଣଜିତ୍‌ ନିୟମିତ ଭାବେ ପତ୍ନୀଙ୍କୁ ମାରଧର କରୁଥିଲେ।