ନୂଆଦିଲ୍ଲୀ: ଚୁମ୍ବନ କରୁଥିବା ବେଳେ ପ୍ରେମିକାର ଇଚ୍ଛାକୁ ପୂରଣ ନକରିବା ଜଣେ ପ୍ରେମିକ ପାଇଁ କାଳ ହୋଇଛି। ଇଚ୍ଛା ପୂରଣ ନକରିବାରୁ ଏବେ ପ୍ରେମିକକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରେମିକାକୁ ଗିରଫ କରିଛି ପୁଲିସ। ପ୍ରେମିକା ଫ୍ରେଞ୍ଚ କିସ୍ କରିବାକୁ ମନା କରିଥିଲେ ମଧ୍ୟ ପ୍ରେମିକ ଫ୍ରେଞ୍ଚ କିସ୍ କରିଥିଲେ। ଏନେଇ ରାଗିଯାଇ ପ୍ରେମିକର ଜିଭ କାଟିଦେଇଥିଲା ପ୍ରେମିକା।
/sambad/media/post_attachments/95e39a10c0e108755f53c4622b19961f021dfe3fed7dff8d0f12c70e4b068007.jpg)
ପୁଲିସର କହିବା ମୁତାବକ, ଦୁହେଁ ଦେଖା ହେବା ପରେ ପ୍ରେମିକାର ଇଚ୍ଛାରେ ଦୁହେଁ ପରସ୍ପରକୁ ଚୁମ୍ବନ ଦେବା ଆରମ୍ଭ କରିଥିଲେ। ହେଲେ ପୂର୍ବରୁ ମୋତେ ଫ୍ରେଞ୍ଚ କିସ୍ ପସନ୍ଦ ନୁହେଁ ବୋଲି କହିବା ସହ ସେପରି କରିବାକୁ ମନା କରିଥିଲେ ପ୍ରେମିକା। କିନ୍ତୁ ଚୁମ୍ବନ ଦେଉଥିବା କାଳରେ ପ୍ରେମିକ ନିଜ ପ୍ରେମିକାର ଇଚ୍ଛାକୁ ନମାନି ଫ୍ରେଞ୍ଚ କିସ୍ କରିବା ଆରମ୍ଭ କରିଥିଲେ। ଏହା ଦେଖି ପ୍ରେମିକା ଏଭଳି ନକରିବାକୁ ମନା କରିଥିଲେ। ବାରମ୍ବାର କହିିବା ପରେ ମଧ୍ୟ ନ ଶୁଣିବାରୁ ଅଭିଯୁକ୍ତ ପ୍ରେମିକା ଧାରୁଆ ଅସ୍ତ୍ରରେ ପ୍ରେମିକର ଜିଭକୁ କାଟି ଦେଇଥିଲେ। ପୁଲିସକୁ ଏ ନେଇ ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ। ତଳେ ୧ଇଞ୍ଚର ଜିଭ ପଡ଼ିଥିବା ଦେଖିବା ପରେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କୁ ପୁଲିସ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା ।