ଅହମଦାବାଦ: ଶାରୀରିକ ସମ୍ପର୍କ ପରେ ହେଲା ରକ୍ତସ୍ରାବ ।  ଯୁବତୀଙ୍କୁ ଡାକ୍ତରଖାନା ନନେଇ ଗୁଗଲରେ ଚିକିତ୍ସା ‌କେମିତି କରାଯିବ ତାହା ଖୋଜିଲା ଯୁବକ । ଏମଧ୍ୟରେ ଅଧିକ ରକ୍ତସ୍ରାବ ହେବାରୁ ଚାଲିଗଲା ଯୁବତୀଙ୍କ ଜୀବନ । ଗୁଜରାଟର ଅହମଦାବାଦରେ ଘଟିଛି ଏଭଳି ଘଟଣା। ନବସରୀ ଜିଲ୍ଲାରେ ସେପ୍ଟେମ୍ବର ୨୩ରେ ଏହି ଘଟଣା ଘଟିଥିବା ଜଣାଯାଇଛି। ଯୁବତୀଙ୍କ ବୟସ ୨୩ ‌ହୋଇଥିବା ବେଳେ ଯୁବକଙ୍କ ବୟସ ୨୬ଥିଲା ବୋଲି ଜଣାଯାଇଛି। ବ୍ୟକ୍ତିଗତ ଅଙ୍ଗରେ ଆଘାତ ଲାଗିବା ପରେ ହୋଇଥିବା ରକ୍ତସ୍ରାବ ପାଇଁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି।

Advertisment

ପୁଲିସର କହିବା ମୁତାବକ, ସେପ୍ଟେମ୍ବର ୨୩ରେ ଉଭୟ ଯୁବକ-ଯୁବତୀ ଏକ ହୋଟେଲ ରୁମ ବୁକ୍ କରିଥିଲେ। ଦୁହେଁ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କ ବ୍ୟକ୍ତିଗତ ଅଙ୍ଗରୁ ରକ୍ତସ୍ରାବ ହେବା ଆରମ୍ଭ ହୋଇଥିଲା। ଆମ୍ବୁଲାନ୍ସ ଡାକିବା ପରିବର୍ତ୍ତେ ଯୁବକଜଣକ ଗୁଗଲରେ ରକ୍ତସ୍ରାବ ରୋକିବା ପାଇଁ ଚେଷ୍ଟା କରିଥିଲେ। ଏମିତି ‌କି ସେ ଏକ ଟାୱେଲର ବ୍ୟବହାର ମଧ୍ୟ କରିଥିଲେ। ହେଲେ ରକ୍ତସ୍ରାବ ବନ୍ଦ ହୋଇନଥିଲା। କିଛି ସମୟ ପରେ ଯୁବତୀ ଅଚେତ୍ ହୋଇପଡ଼ିବାରୁ ଯୁବକ ନିଜ ବନ୍ଧୁଙ୍କୁ ଡାକି ଯୁବତୀଙ୍କୁ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ସିଭିଲ୍ ହସ୍ପିଟାଲକୁ ନେବା ପାଇଁ କହିଥିଲେ। ଏମଧ୍ୟରେ ବିଳମ୍ବ ହୋଇଯାଇଥିବାରୁ ସିଭିଲ୍ ହସ୍ପିଟାଲ ଯିବା ବାଟରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଯୁବକଜଣକ ପ୍ରେମିକାର ପରିବାରକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲା । ହେଲେ ସେମାନେ ପହଞ୍ଚିବା ପୂର୍ବରୁ ଯୁବତୀଙ୍କ ମୃତ୍ୟୁ ହୋଇସାରିଥିଲା।

ଏନେଇ ଖବର ଦିଆଯିବାରୁ ଏବେ ଘଟଣାର ତଦନ୍ତ ଆରମ୍ଭ କରି ଯୁବକଙ୍କୁ ଗିରଫ କରିଛି ପୁଲିସ।