ନୂଆଦିଲ୍ଲୀ: ଚୀନର ଜଣେ ମହିଳା ଏକ୍ସପ୍ରେସ ଟ୍ରେନ୍କୁ ଷ୍ଟେସନ୍ରେ ରୋକିବା ଅଭିଯୋଗରେ ପାଖାପାଖି ୨୦ହଜାର ଟଙ୍କାର ଜରିମାନା ଭରିଛନ୍ତି।
ସୂଚନାଯୋଗ୍ୟ, ଚୀନର ମହିଳା ସ୍ୱାମୀଙ୍କ ପାଇଁ ଏକ୍ସପ୍ରେସ ଟ୍ରେନ୍କୁ ଅଟକାଇ ଦେଇଥିଲେ। ସେ ଏହି ଟ୍ରେନ୍କୁ ଏଥିପାଇଁ ରୋକିବାକୁ ଚାହିଁଥିଲେ କାରଣ ସେହି ଟ୍ରେନ୍ରେ ତାଙ୍କ ସ୍ୱାମୀଙ୍କର ଯିବାର ଥିଲା। ଟ୍ରେନ୍ କଣ୍ଡକ୍ଟରଙ୍କ ସହିତ ମହିଳାଙ୍କ ବିବାଦର ଏକ ଭିଡିଓ ଚାଇନା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଉଥିବା ମହିଳାଙ୍କ ନାମ ‘ଲୁ ହେଲି’ ବୋଲି ଜଣାପଡ଼ିଛି। ସେ ସ୍ଥାନୀୟ ଅଞ୍ଚଳରେ ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। ଯିଏକି ଅନହୁଇ ପ୍ରାନ୍ତର ହେଫେଇ ରେଲେଓ୍ଵ ଷ୍ଟେସନ୍ ଉପରେ ଟ୍ରେନ୍କୁ ରୋକିବାକୁ ଯାଇ ଟ୍ରେନ୍ ଦ୍ୱାର ପାଖରେ ଛିଡା ହୋଇଯାଇଥିଲେ।
/sambad/media/post_attachments/wp-content/uploads/2018/01/456789-300x171.jpg)
ଭିଡିଓରେ କଣ୍ଡକ୍ଟର ମହିଳାଙ୍କୁ ଟ୍ରେନ୍ ଦ୍ୱାରରୁ ହଟିବା ପାଇଁ କହୁଛନ୍ତି। କାରଣ ସେ ଦ୍ୱାରରୁ ଉଠିଲେ ଯାଇ ଟ୍ରେନ୍ ଯାତ୍ରା ଆରମ୍ଭ କରି ପାରିବ। ମହିଳା ଏହାର ବିରୋଧ କରୁଛନ୍ତି। ମହିଳାଙ୍କ ଏଭଳି କାରନାମା ପାଇଁ ଟ୍ରେନ୍ ୧୦ମିନିଟ୍ ବିଳମ୍ବରେ ଯାତ୍ରା ଆରମ୍ଭ କରିଥିଲା। ଏହାପରେ ସୁରକ୍ଷା ଅଧିକାରୀ ମହିଳାଙ୍କୁ ଗିରଫ କରି ନେଇଥିଲେ।
ଚାଇନା ସୋସିଆଲ ମିଡିଆରେ ଲୋକମାନେ ମହିଳାଙ୍କ ଏଭଳି ବ୍ୟବହାରରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେତେକ ଲୋକ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ମହିଳାଙ୍କ ଏଭଳି କାରନାମା ପାଇଁ ୧୯, ୫୦୦ଟଙ୍କା ଜରିମାନା ବି କମ୍ ପଡ଼ିଛି।
ଅନ୍ୟ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ମହିଳାଙ୍କୁ ଆକ୍ଷେପ କରି ଲେଖିଛନ୍ତି, କେହି କ’ଣ ହାଇସ୍ପିଡ ଟ୍ରେନ୍କୁ ନିଜର ବ୍ୟକ୍ତିଗତ କାରଣ ପାଇଁ ଅଟକାଇ ଦେଇ ପାରିବ? ଏହା କେତେ ଦୂର ଠିକ୍ ହୋଇପାରେ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/woman-delays-train_650x400_81515668043-1.jpg)