୬ମାସ ମଧ୍ୟରେ ଦ୍ବିତୀୟ ଥର ହେଲା ମହିଳା ବସ କଣ୍ଡକ୍ଟରଙ୍କୁ ଏସିଡ୍ ମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବେଙ୍ଗାଲୁରୁ: ଶୁକ୍ରବାର ବେଙ୍ଗାଲୁରୁରେ ଜଣେ ମହିଳା ବସ କଣ୍ଡକ୍ଟରଙ୍କ ଉପରକୁ ଏସିଡ୍ ମାଡ଼ ହୋଇଥିବା ଜଣା ପଡ଼ିଛି। ବାଇକରେ ଦୁଇଜଣ ଯୁବକ ଆସି ମହିଳାଙ୍କ ଉପରକୁ ଏସିଡ ମାଡ଼ କରିଥିବା ବେଳେ ଏବେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୀଡ଼ିତା ନିଜ କାମକୁ ବାହାରିଥିବା ସମୟରେ ଏହି ଘଟଣା ଘଟିଥିଲା। ତେବେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଲା ପୀଡ଼ିତାଙ୍କ ଉପରେ ୬ମାସ ମଧ୍ୟରେ ଦ୍ବିତୀୟ ଥର ଏସିଡ୍ ମାଡ଼ କରାଯାଇଛି।

ପୀଡ଼ିତାଙ୍କ ନାଁ ଇନ୍ଦିରା ବାଇ ବୋଲି ଜଣା ପଡ଼ିଥିବା ବେଳେ ସେ କର୍ଣ୍ଣାଟକରେ ଥିବା ତୁମକୁର ଜିଲ୍ଲାର ବାସିନ୍ଦା ବୋଲି ଜଣା ପଡ଼ିଛି। ଘଟଣାଟି ବେଙ୍ଗାଲୁରୁରେ ଥିବା ବଗଲଗୁଣ୍ଟେରେ ଘଟିଛି। ଘଟଣା ବିଷୟରେ ସୂଚନା ପାଇ ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି।

Times of India

ପୁଲିସ ଦେଇଥିବା ସୂଚନା ମୁତାବକ, ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କୁ ବସ ଷ୍ଟାଣ୍ଡରେ ଜଗି ବସିଥିଲେ। ପୀଡ଼ିତା ବସ ଧରିବା ପାଇଁ ପହଞ୍ଚିବା ପରେ ଦୁଇ ଅଭିଯୁକ୍ତ ତାଙ୍କ ଉପରେ ଏସିଡ୍ ଫିଙ୍ଗି ଫେରାର ହୋଇ ଯାଇଥିଲେ। ଏହି ଘଟଣା ପରେ ପୀଡ଼ିତାଙ୍କ ବେକ ଓ ମୁହଁ ଜଳି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ୬ମାସ ପୂର୍ବେ ଘଟିଥିବା ଘଟଣା ସହ ଏହି ଘଟଣାର କିଛି ସଂପର୍କ ରହିଛି କି ନାହିଁ, ତାହାର ଖୋଳତାଡ଼ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧିତ ଖବର