ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି ହୃଦୟ ବିଦାରକ ଘଟଣା। ଲାସୁଡିଆ ପୁଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ପତ୍ନୀ ତାଙ୍କୁ ଧୋକା ଦେବା ସହ ହତ୍ୟା କରିବାକୁ ସ୍ଲୋ ପଏଜନ ଦେଉଥିବା ବିଷୟରେ ଜାଣିବା ପରେ ସ୍ବାମୀ ଏଭଳି ପଦକ୍ଷେପ ନେଇଥିବା କହିଛି ପୁଲିସ। ଏନେଇ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପାଖରୁ ଏକ ସୁଇସାଇଡ ନୋଟ ମିଳିଛି, ଯେଉଁଥିରେ ସେ ପତ୍ନୀଙ୍କ ଅନୈତିକ ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି।

Advertisment

ପୁଲିସର ସୂଚନା ମୁତାବକ, ମହାଲକ୍ଷ୍ମୀ ନଗରରେ ରହୁଥିବା ହିତେଶ ପାଲ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ନିଜ ଜୀବନ ଦେବା ପୂର୍ବରୁ ଏକ ସୁଇସାଇଡ ନୋଟ ମଧ୍ୟ ଲେଖିଥିଲେ। ଏଥିରେ ସେ ଲେଖିଛନ୍ତି, "ମୋ ପତ୍ନୀ ନିତୁ ପାଲ କୃଷ୍ଣା ରାଠୋରଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି। ଅନେକ ଥର ମୁଁ ଦୁହିଁଙ୍କ ଏକା ସାଙ୍ଗରେ ଥିବା ଦେଖିଛି। ଦିନେ ମୁଁ ତାଙ୍କ ଆମ ବଗିଚାରେ ଦେଖିଥିଲି। ସେମାନଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ସେମାନେ ମୋତେ ହତ୍ୟା ଧମକ ଦେଉଥିଲେ। ନିତୁ ମୋଠାରୁ ଟଙ୍କା ନେଇ କୃଷ୍ଣାଙ୍କୁ ଦେଉଥିଲେ। ଅନେକ ଥର ସେ କୃଷ୍ଣାଙ୍କ ଘରକୁ ଯାଇ ତାଙ୍କ ସହ ରହିଛନ୍ତି। କିଛି ଦିନ ତଳେ ନିତୁ, କୃଷ୍ଣାଙ୍କୁ ବଡ଼ କାର୍ ଉପହାରରେ ଦେଇଥିଲେ। ବର୍ଷେ ହେଲାଣି ସେମାନେ ମୋତେ ସ୍ଲୋ ପଏଜନ ଦେଇଆସୁଥିଲେ। ନିଶା ଦେଇ ନିତୁ ମୋ ନାଁରେ ଥିବା ସବୁ ସମ୍ପତ୍ତି ନିଜ ନାଁରେ କରିସାରିଛନ୍ତି। ମୁଁ ଜୀବନ ହାରିବା ପରେ ସେମାନଙ୍କୁ ଉଚିତ୍ ଦଣ୍ଡ ମିଳିବା ଉଚିତ୍।