ନୂଆଦିଲ୍ଲୀ: ନିଜ ସ୍କର୍ଟରେ ଜଣେ ମହିଳା ୨୪ଟି ଜୀବନ୍ତ ମୂଷାକୁ ଲୁଚାଇ ନେଇ ଯାଉଥିବାର ମାମଲା ସାମ୍ନାକୁ ଆସିଛି। ୬୦ ବର୍ଷୀୟ ‘ଓ୍ଵୁ’ ନାମକ ଏହି ମହିଳାଙ୍କୁ ପୁଲିସ କିନମେନ୍‌ରେ ସୁଇତୋଡ ବନ୍ଦରଗାହରୁ ଗିରଫ କରିଛି। ବନ୍ଦରଗାହର ଅଧିକାରୀଙ୍କୁ ମହିଳାଙ୍କ ଚାଲି ଓ ଫୁଲା ହୋଇଥିବା ସ୍କର୍ଟ ଦେଖି ସନ୍ଦେହ ହୋଇଥିଲା। ଯାଞ୍ଚ ପରେ ମହିଳାଙ୍କ ସ୍କର୍ଟ ଭିତରୁ ୨୪ଟି ମୂଷା ବାହାରିବା ଦେଖି ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Advertisment

publive-image

ମହିଳା ଗୋଡରେ ଏକ କପଡ଼ାରେ ମୂଷାଗୁଡ଼ିକୁ ବାନ୍ଧି ରଖିଥିଲେ। ଫଳରେ ସ୍କଟଟି ଉପରକୁ ଉଠି ରହିଥିଲା। ମହିଳା ଯେଉଁ ମୂଷାଗୁଡ଼ିକୁ ବାନ୍ଧି ନେଇ ଯାଉଥିଲେ ସମସ୍ତ ମୂଷା ବଞ୍ଚିଥିଲେ। ପଚରାଉଚରା ସମୟରେ ମହିଳା କହିଥିଲେ, ସେ ଏହି ମୂଷାଗୁଡ଼ିକୁ ଚୀନର ଏକ ଦୋକନରୁ କିଣିଥିଲେ। ଏହି ମୂଷାଗୁଡ଼ିକୁ ସେ ନିଜ ସାଙ୍ଗ ପାଇଁ ନେଇ ଯାଉଥିଲେ। ଜବତ ହୋଇଥିବା ମୂଷାଗୁଡ଼ିକ ମଧ୍ୟରେ ମାଈ ଓ ପୁରୁଷ ଉଭୟ ଥିଲେ। ‘ଓ୍ଵୁ’ଗୋଟିଏ ମାଈ ମୂଷାକୁ ୫୨୫ଟଙ୍କା ଓ ପୁରୁଷ ମୂଷାକୁ ୧୫୨୪ଟଙ୍କା ଦେଇ କିଣିଥିଲେ।