ନୂଆଦିଲ୍ଲୀ: ଯୌତୁକ ପାଇଁ ସ୍ବାମୀ ମାଡ଼ ମାରୁଥିବାରୁ ସ୍ତ୍ରୀ କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରତିଶୋଧ ନେବା ପାଇଁ ସ୍ବାମୀକୁ ହତ୍ୟା କରିବା ସହ ତା’ର ଗୁପ୍ତାଙ୍ଗକୁ କାଟି କୁକୁରକୁ ଖାଇବାକୁ ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଲାଇ ଦେଇଛି। ଘଟଣାଟି ୟୁକ୍ରେନରେ ଘଟିଥିବା ବେଳେ ଅଭିଯୁକ୍ତ ମହିଳାକୁ ଗିରଫ କରିଛି ପୁଲିସ।
The Independentପୁଲିସର କହିବା ମୁତାବକ, ବିବାହ ପରେ ପରେ ସ୍ବାମୀ ଅଭିଯୁକ୍ତ ମହିଳାଙ୍କୁ ମାଡ଼ ମାରି ଆସୁଥିଲେ। କେତେବେଳେ ଖାଇବାକୁ ନେଇ ତ କେତେବେଳେ ଯୌତୁକ କଥାକୁ ନେଇ ସ୍ବାମୀ ମାଡ଼ ମାରୁଥିବାରୁ ହତ୍ୟା ଯୋଜନା କରିଥିଲା ସ୍ତ୍ରୀ। ଘରୋଇ ହିଂସାରୁ ବଞ୍ଚିବା ପାଇଁ ଅନ୍ୟ କୌଣସି ବାଟ ନ ଥିବାରୁ ଅଭିଯୁକ୍ତ ସ୍ତ୍ରୀ ପ୍ରଥମେ ସ୍ବାମୀର ଗଳା କାଟି ହତ୍ୟା କରିବା ପରେ ଗୁପ୍ତାଙ୍ଗକୁ କାଟି କୁକୁରକୁ ଖାଇବାକୁ ଦେଇଥିଲେ। ପରେ ମୃତଦେହକୁ ଏକ ଅଖାରେ ଭର୍ତ୍ତି କରି ବାହାରକୁ ନେଉଥିବା ବେଳେ ତାଙ୍କ ପଡ଼ୋଶୀ ସନ୍ଦେହ କରି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତ ସ୍ତ୍ରୀ ପୁଲିସକୁ ମୃତଦେହ ଦେବା ସହ ନିଜର ଦୋଷ ସ୍ବୀକାର କରି ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Women-Chops-Husband-Private-Part_Thumbnail.jpg)