ନିସନ୍ତାନ ହୋଇଥିବାରୁ ଖୁଣ୍ଟା ଦେଉଥିଲେ ଶାଶୂଘର ଲୋକ, ଆତ୍ମହତ୍ୟା କଲେ ମହିଳା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୨୪ ବର୍ଷୀୟା ମହିଳା ଶଶୁର ଘର ଲୋକଙ୍କ ନିର୍ଯାତନା ନ ସହ୍ୟ କରିପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କର କୌଣସି ପିଲାଛୁଆ ହେଉ ନଥିବା ହେତୁ ଶଶୁରଘର ଲୋକ ତାଙ୍କ ଉପରେ ଦାଉ ସାଧୁଥିଲେ ବୋଲି ଖବର ରହିଛି।

ଏ ସଂପର୍କରେ ଜ୍ଞାନପୁର ସର୍କଲ୍‌ ଅଫିସର୍‌ କାଲା ସିଂହ କହିଛନ୍ତି, ‘ମୃତକ ଅଞ୍ଜନା ଦେବୀ ମୟୁରା ୨୦୧୨ ମସିହାରୁ ଛେଡିଲାଲ୍‌ ମୟୁରାଙ୍କୁ ବିବାହ କରିଥିଲେ। ବିବାହର ୭ ବର୍ଷ ପରେ ବି ସେ କୌଣସି ପିଲା ଜନ୍ମ ଦେବାରେ ସମର୍ଥ ହେଉ ନଥିବା କାରଣରୁ ଗତ ଦୁଇ ବର୍ଷ ହେବ ତାଙ୍କ ଶଶୁରଘର ଲୋକ ତାଙ୍କୁ ଖୁବ୍‌ ନିର୍ଯାତନା ଦେଇ ଆସୁଥିଲେ। ଶେଷରେ ଅତିଶୟ ହେବାରୁ ସେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି।’

ରବିବାର ପତି-ପତ୍ନୀଙ୍କ ମଧ୍ୟରେ ମନମାଳିନ୍ୟ ହେବାରୁ ଅଞ୍ଜନା ଦେବୀ ଏକ ଘରେ ପଶି ଭିତର ପଟୁ କବାଟ ଦେଇ ନଜ ଦେହରେ ନିଆଁ ଲଗାଇ ଦେଇଥିଲେ। ସେ ନିଜ ଦେହରେ ନିଆଁ ଲାଗାଇବା ପରେ ରାସ୍ତାକୁ ଦୌଡ଼ି ପଳାଇଥିଲେ। ଏପରିକି ତାଙ୍କ ପରିବାର ଲୋକ ତାଙ୍କ ପଛେ ପଛେ ଯାଇ ତାଙ୍କୁ ଅଟକାଇବା ବେଳକୁ ସେ ୯୦ ପ୍ରତିଶତ ଜଳି ଯାଇଥିଲେ। ତା’ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ୍‌କୁ ନିଆ ଯାଇଥିଲା। ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର