ବୈବାହିକ ଦୁଷ୍କର୍ମ ଅବଶ୍ୟ ବେଶି ଆଖି ସାମ୍ନାକୁ ଆସିନଥାଏ ମାତ୍ର ଏହା ଆମ ଦେଶରେ ପ୍ରତିଦିନ ଘଟୁଛି। ଆପଣ ଯଦି ଭାବୁଛନ୍ତି କି ଏହା କେବଳ ବନ୍ଦ କୋଠରୀ ଭିତରେ ଘଟୁଛି ତାହାଲେ ଆପଣ ଭୁଲ୍ ଭାବୁଛନ୍ତି। ଉଦୟପୁରର କର୍ଣ୍ଣିକା ସିଂହ ନାମକ ଜଣେ ୨୭ ବର୍ଷୀୟା ଯୁବତୀ କିଛି ଦିନ ତଳେ ଆତ୍ମହତ୍ୟା କରିଥିବା ଘଟଣା ପ୍ରାୟ ଚାରିଆଡ଼େ ଖେଳିଯାଇଛି। ଚଳିତବର୍ଷ ଆରମ୍ଭରେ ସେ ଜଣେ ଦାନ୍ତ ଡାକ୍ତରଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କ ସ୍ୱାମୀ ବାରମ୍ବାର ତାଙ୍କ ଇଚ୍ଛା ବିରୋଧରେ ତାଙ୍କ ସହ ଶାରୀରିକ ସଂପର୍କ ରଖୁଥିଳେ। ଏପରିକି ସେ କୁଆଁରୀ କି ନୁହଁନ୍ତି ଜାଣିବା ପାଇଁ ତାଙ୍କର ଟ୍ରାନ୍ସ ଭାଜିନାଲ୍ ପରୀକ୍ଷା ବି କରାଇଥିଲେ। ସ୍ୱାମୀଙ୍କର ଏପରି ଆଚରଣ ସହ୍ୟ ନକରି ପାରି ସେ ଆତ୍ମହତ୍ୟା ରଖୁଥିଲେ। । ସେ ଆତ୍ମହତ୍ୟା କରିବା ପରେ ତାଙ୍କ ସାନ ଭଉଣୀ ତାଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି ଯାହା ଅତ୍ୟନ୍ତ ହୃଦୟ ବିଦାରକ। ଚିଠିଟିର ସାରାଂଶ ନିମ୍ନରେ ଦିଆଯାଇଛି।
‘ଗିଞ୍ଜା
ଯେତେବଳେ ମୁଁ ତୋତେ ସେ ଆପାର୍ଟମେଣ୍ଟ୍ ଭିତରେ ଲାଗିଥିବା ଫ୍ୟାନ୍ରେ ଝୁଲୁଥିବାର ଦେଖିଲି ସେତେବେଳେ ମୋ ଆଖି ଫେରାଇ ପାରିଲି ନାହିଁ। ଏବେ ମୁଁ ଚିନ୍ତା କରୁଛି ଯେ ସେ ପଶୁ ପ୍ରବୃତ୍ତିର ଲୋକ ସହ ଲଢ଼ିବା ପାଇଁ ମୁଁ ତୋତେ ସାହସ ଦେଇପାରିଥାନ୍ତି କି! ଇଚ୍ଛା ବିରୋଧ ଶାରୀରିକ ସଂପର୍କ ଦୁଷ୍କର୍ମ ସହ ସମାନ। ପ୍ରତ୍ୟେକ ମହିଳାଙ୍କ ନିକଟରେ ତାହାକୁ ପ୍ରତିବାଦ୍ କରିବାର ଅଧିକାର ରହିଛି। ମୋର ତ ଏକଥା ବି ମନେ ନାହିଁ ତୁ ଶେଷ ଥର ପାଇଁ କାହାକୁ କଷ୍ଟ ଦେଇଥିଲୁ ଯେ ତୋ ସହ ଏପରି ହେଲା, ଏପରିକି ଶବ୍ଦରେ ବି ନୁହଁ। ଯେଉଁଥି ପାଇଁ ତୁ ଲଢ଼ି ନପାରି ଜୀବନ ହାରି ଦେଲୁ ସେମିତି ପରିସ୍ଥିତିରେ ପଡ଼ିଥିବା ସବୁ ମହିଳାଙ୍କୁ ମୁଁ ସାହସ ଦେବି ବୋଲି ଶପଥ କରୁଛି। ମୁଁ ସେମାନଙ୍କ ତାକତ ବନିବି।।
।।ଇତି।।
ମିଥୁ’