ରାଞ୍ଚି: ଝାଡ଼ଖଣ୍ଡରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜାମସେଦପୁରର ସିଡଗୋରାସ୍ଥିତ କୋଭିଡ -୧୯ କେନ୍ଦ୍ରରେ କାର୍ଯ୍ୟରତ ଅବସ୍ଥାରେ ଥିବା ଜଣେ ମହିଳା କନଷ୍ଟେବଳଙ୍କୁ ତାଙ୍କର ଜଣେ ସହକର୍ମୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ପୀଡିତା ଲିଖିତ ଅଭିଯୋଗ ଆଣିବା ପରେ ଅଭିଯୁକ୍ତ ଅନୀଲ କୁମାରଙ୍କୁ ଗିରଫ କରାଯାଇଛି।
ରୁଜୁ ହୋଇଥିବା ମାମଲା ଅନୁଯାୟୀ, ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ କୋଭିଡ୍ -୧୯ କେନ୍ଦ୍ରର ଉପର ମହଲାକୁ ନେଇ କହିଥିଲେ ଯେ ସେ ବିଲ୍ଡିଂର ତଳ ମହଲାରେ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇପାରନ୍ତି। ବାହାନା ଦେଖାଇ ଉପର ମହଲାକୁ ନେଇ ଅଭିଯୁକ୍ତ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
କନ୍ଷ୍ଟେବଲ୍ ଅନୀଲ କୁମାରଙ୍କୁ କୋଭିଡ୍ -୧୯ କେନ୍ଦ୍ରର ସୁରକ୍ଷା କ୍ଷେତ୍ରରେ ନିୟୋଜିତ କରାଯାଇଥିବା ବେଳେ ପୀଡ଼ିତା ଭିନ୍ନ ଏକ କାର୍ଯ୍ୟରେ ସେଠାରେ ନିୟୋଜିତ ହୋଇଥିଲେ।
/sambad/media/post_attachments/wp-content/uploads/2020/08/Untitled-47-300x185.jpg)
NDTV.com
ସିଡଗୋରା ପୋଲିସ ଷ୍ଟେସନରେ ଦାଖଲ ହୋଇଥିବା ପୀଡିତାଙ୍କ ଏଫଆଇଆର ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି ଓ ତାଙ୍କ ନାମ ଗୋପନ ରଖାଯାଇଛି ବୋଲି ପୁଲିସ୍ ଅଧିକାରୀ କହିଛନ୍ତି। ସେ ଆହୁରି ବି କହିଛନ୍ତି କି ଏହି ମାମଲାର ଅଧିକ ତଦନ୍ତ ଆବଶ୍ୟକ।
ଘଟଣାଟି ଅଗଷ୍ଟ ୨୧ ତାରିଖରେ ଘଟିଥିବା ବେଳେ ମଙ୍ଗଳବାର ଦିନ ଏଫଆଇଆର ଦାଖଲ କରାଯାଇଥିଲା। ଯାହା ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛି ବୋଲି ପୁଲିସ୍ ଅଧିକାରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୭୬ (୨) ଅନୁଯାୟୀ ଏକ ମାମଲା ଦାୟର କରାଯାଇଛି।
ମହିଳା କନଷ୍ଟେବଳ ମାମଲା ରୁଜୁ କରି କହିଛନ୍ତିି ଯେ “କୋଭିଡ୍ -୧୯ ସେଣ୍ଟରରେ କାର୍ଯ୍ୟରତ ଥିବା ଅଭିଯୁକ୍ତ କନଷ୍ଟେବଳ ସନ୍ଧ୍ୟା ପ୍ରାୟ ୬.୩୦ଟା ବେଳେ ମୋ ପାଖକୁ ଆସି କହିଥିଲେ ଯେ ତଳ ମହଲାରେ କରୋନା ଭାଇରସ୍ ବ୍ୟାପିଛି। ଉପର ମହଲାର କୋଠରୀ ନିରାପଦ। ତା’ପରେ ସେ ସେଠାରେ ଥିବା ସୁରକ୍ଷିତ କୋଠରୀ ଦେଖାଇବା ବାହାନାରେ ମୋତେ ଉପର ମହଲାକୁ ନେଇଗଲେ ଏବଂ ପରେ ମୋତେ ଦୁଷ୍କର୍ମ କଲେ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Women-Constable-Raped-in-Covid-Hospital_Thumbnail-1.jpg)