ୱାଶିଂଟନ: ଆମେରିକାର ଇଲିନୋଏସ୍ ଅଦାଲତ ଜଣେ ମହିଳାଙ୍କୁ ତାଙ୍କ ପ୍ରେମିକଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ମହିଳା ଜଣକ ତାଙ୍କ ପ୍ରେମିକାଙ୍କ ୮ ବର୍ଷର ଝିଅକୁ ହତ୍ୟା କରିଥିବା ଜାଣିବାକୁ ମିଳିଛି। ମହିଳା ଜଣକ ନାବାଳିକାର ପେଟକୁ ଗୋଇଟା ମାରିବା ଫଳରେ ନାବାଳିକାର ମୃତ୍ୟୁ ଘଟିଥିବା ସୂଚନା ରହିଛି।
ରିପୋର୍ଟ ମୁତାବକ, ତାଙ୍କର ଏହି ଦୋଷ ପାଇଁ ଅଦାଲତା ଏଯାବତ୍ ତାଙ୍କୁ ଦଣ୍ଡର ମାତ୍ରା ଶୁଣାଇ ନାହାନ୍ତି। ୨୦୨୦ ଫେବ୍ରୁଆରିରେ ଅଦାଲତ ମହିଳାଙ୍କୁ ଦଣ୍ଡ ଶୁଣାଇବେ। ଅଦାଲତ ଆହୁରି ବି କହିଛନ୍ତି ଯେ ମହିଳାଙ୍କୁ ମୃତ୍ୟୁ ଦଣ୍ଡରେ ବି ଦଣ୍ଡିତ କରାଯାଇପାରେ।
ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଏହି ହତ୍ୟା ମହିଳାଙ୍କ କ୍ରୁର ପ୍ରକୃତ ବିଷୟରେ ଅବଗତ କରାଉଛି। ମହିଳା ନାବାଳିକାଙ୍କୁ ହତ୍ୟା କରୁଥିବା ବେଳର ଏକ ଭିଡିଓ ସାମ୍ନାରେ ଦେଖିବା ପରେ ଅଦାଲତ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ପୀଡ଼ିତାଙ୍କ ପେଟକୁ ଗୋଇଠା ମାରିବା ସହ ତାଙ୍କ ମୁଣ୍ଡକୁ କାନ୍ଥରେ ପିଟୁଛନ୍ତି।