୪ଦିନ ପାଇଁ ବାପଘରକୁ ବୁଲି ଯାଇଥିଲା ସ୍ତ୍ରୀ, ଦୁଇ ଦିନ ରହି ଫେରିବା ପରେ ନିଜ ଶୋଇବା ଘର ଦେଖି ଉଡ଼ିଗଲା ହୋସ୍‌

ରାୟପୁର : ଛତିଶଗଡ଼ର ରାଜଧାନୀରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ସ୍ତ୍ରୀ ୪ଦିନ ପାଇଁ ବାପଘର ବୁଲି ଯାଇଥିବା ବେଳେ ଏହାର ଫାଇଦା ଉଠାଇ ଦେହଜୀବୀଙ୍କ ଘରକୁ ଡ଼ାକିଥିଲା ସ୍ୱାମୀ । କିନ୍ତୁ ତାକୁ ଜଣା ନ ଥିଲା ସେ କରୁଥିବା ଅପରାଧ ଏତେ ଶୀଘ୍ର ସମସ୍ତଙ୍କ ସାମ୍ନାକୁ ଆସିଯିବ । ସ୍ତ୍ରୀ ୪ ଦିନ ପରିବର୍ତ୍ତେ ଦୁଇ ଦିନ ରହି ଶାଶୁ ଘରକୁ ଫେରିବା ପରେ ନିଜ ଶୋଇବା ଘରର ଦୃଶ୍ୟ ଦେଖି ହତ୍‌ବାକ୍‌ ହୋଇ ଯାଇଥିଲେ । ନିଜ ସ୍ୱାମୀ ସହ ଦେବହଜୀବୀଙ୍କୁ ଶୋଇଥିବାର ଦେଖି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଏହି ଦୃଶ୍ୟ ଦେଖି ସ୍ତ୍ରୀ ଚୁପ୍‌ ନ ରହି ପୁଲିସରେ ଯାଇ ଅଭିଯୋଗ କରିଥିଲେ । ପ୍ରଥମେ ପୁଲିସ ବୁଝାମଣା କରି ମାମଲାକୁ ଶେଷ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା ।

Free Press Journal

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଘଟଣାଟି ଘଟିଥିଲା ରାୟପୁରର ଟିକରାପାରାରେ । ସ୍ତ୍ରୀ ୪ଦିନ ପାଇଁ ବାପଘର ଯାଉଥିବା ଜାଣି ସ୍ୱାମୀ ଖୁସି ହେବା ସହ ୪ଦିନ ଦେହଜୀବୀଙ୍କ ସହ ଖୁବ୍‌ ମଜାମସ୍ତି କରିବେ ବୋଲି ଯୋଜନା କରିଥିଲେ । ସ୍ତ୍ରୀ ଯିବା ପରେ ଦୁଇ ଦିନ ଦେହଜୀବୀଙ୍କୁ ଘରକୁ ଡ଼ାକି ଶାରୀରିକ ସଂପର୍କ ରଖିଥିଲା ଅଭିଯୁକ୍ତ ସ୍ୱାମୀ । କିନ୍ତୁ ତାକୁ ଜଣା ନଥିଲା ତାଙ୍କର ଏହି ମଜା ତାଙ୍କ ପାଇଁ ସଜା ପାଲଟିଯିବ । ସ୍ତ୍ରୀ ୪ଦିନ ପରିବର୍ତ୍ତେ ୨ଦିନ ରହି ଶାଶୁ ଘରକୁ ଫେରିବା ପରେ ସ୍ୱାମୀର ଅସଲ ଚେହେରା ସାମ୍ନାକୁ ଆସିଥିଲା । ଘର କବାଟ ବାହାରପଟୁ ବନ୍ଦ ଥିବା ବେଳେ ସ୍ୱାମୀ ଭିତରେ ଅନ୍ୟ ଜଣେ ମହିଳାଙ୍କ ସହ ଥିବା ସ୍ତ୍ରୀ ଜାଣିପାରି ପୁଲିସକୁ ଡ଼ାକିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ପଛପଟକୁ ଯାଇ ଅଭିଯୁକ୍ତ ସ୍ୱାମୀକୁ ପାଟି କରି ଡ଼ାକିବା ସହ ତାଙ୍କଠାରୁ ଚାବି ଆଣି ଘରର କବାଟ ଖୋଲିବା ପରେ ସନ୍ଦେହ ସତ ପାଲଟି ଯାଇଥିଲା । ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ଅଭିଯୁକ୍ତ ସ୍ୱାମୀ ଏପରି କରୁଥିଲେ । କିନ୍ତୁ ସବୁଥର ଧରା ପଡ଼ିବାରୁ ବଞ୍ଚି ଯାଉଥିଲେ । କିନ୍ତୁ ଶେଷରେ ତାଙ୍କର ପର୍ଦ୍ଦାଫାସ ହୋଇଥିଲା ।

ସମ୍ବନ୍ଧିତ ଖବର