ସ୍ୱାମୀକୁ ଆଠଖଣ୍ଡ କରି ଘରର ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିଲା ପତ୍ନୀ, ହେଲା ୩୦ବର୍ଷ ଜେଲ

ଚଣ୍ଡୀଗଡ଼: ଦିଲ୍ଲୀରୁ ପାଖାପାଖି ୫୫କିମି ଦୂର ତଥା ଚଣ୍ଡୀଗଡ଼ରୁ ୨୮୫କିମି ଦୂରରେ ଅବସ୍ଥିତ ଝାଜ୍ଜାର ସହରରେ ଘଟିଛି  ଅମାନବୀୟ କାଣ୍ଡ । ଝାଜ୍ଜାର କୋର୍ଟର ଅତିରିକ୍ତ ଦୌରା ଜଜ୍‌ ଏଚ.ଏସ୍‌.ଦାହିଆ ସ୍ୱାମୀକୁ ଆଠଖଣ୍ଡ କରି କାଟିଥିବା ଜଣେ ମହିଳାଙ୍କୁ ଦୋଷୀସାବ୍ୟସ୍ତ କରିବା ସହିତ ୩୦ବର୍ଷର ଜେଲଦଣ୍ଡାଦେଶ କରିଛନ୍ତି।

ଗତବର୍ଷ ଏପ୍ରିଲରେ ଝାଜ୍ଜର ଜିଲ୍ଲା ଆସାନ୍ଦା ଗ୍ରାମରେ ରହୁଥିବା ୩୮ବର୍ଷର ବଲଜିତଙ୍କୁ ତାଙ୍କ ପତ୍ନୀ ପୂଜା ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଥିଲା। ଏହି ମାମଲାରେ ପୁଲିସ ପୂଜା ସହିତ ଅନ୍ୟ ଚାରି ଜଣକୁ ଗିରଫ କରିଥିଲା। ମଙ୍ଗଳବାର ଏହି ହତ୍ୟା ମାମଲାରେ ପୂଜା ହିଁ ଦୋଷୀ ବୋଲି କୋର୍ଟ ଶୁଣାଣି କରିବା ସହିତ ଅନ୍ୟ ଚାରିଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।

ପୁଲିସ ରିପୋର୍ଟ ମୁତାବକ, ହତ୍ୟାକାରୀ ମହିଳାଙ୍କ ଅନ୍ୟ ଏକ ବ୍ୟକ୍ତିଙ୍କ ସହିତ ଅନୈତିକ ସମ୍ପର୍କ ଥିଲା। ତେଣୁ ସେ ନିଜ ସ୍ୱାମୀଙ୍କ କବଳରୁ ମୁକୁଳିବାକୁ ଚାହଁଥିଲେ। ମୃତ ବଲଜିତ ନିଖୋଜ ଥିବା ନେଇ ତାଙ୍କ ଭାଇ କୁଲଜିତ ଗତବର୍ଷ ଏପ୍ରିଲ ୨୬ ତାରିଖରେ ପୁଲିସରେ ଅଭିଯୋଗ କରିଥିଲେ।

କୁଲଜିତ  ପୁଲିସରେ ଅଭିଯୋଗ କରି କହିଥିଲେ, ମୁଁ ଓ ମୋର ଭଉଣୀ ବଲଜିତ ଭାଇଙ୍କ ଘରକୁ ଯାଇଥିଲୁ। ସେଠାରେ ପହଁଞ୍ଚିବା ପରେ ଭାଉଜ ପୂଜା ଆମ ସହିତ ଅସ୍ୱାଭାବିକ ବ୍ୟବହାର କରିବାକୁ ଲାଗିଥିଲେ। ଭାଉଜଙ୍କ ଏଭଳି ବ୍ୟବହାର ନେଇ ଭଉଣୀ ପୂଜାକୁ ସନ୍ଦେହ ହୋଇଥିଲା। ସେ ଘରସାରା ବୁଲିବାକୁ ଲାଗିଲା। ଏକ ସୁଟ୍‌କେସ୍‌ରୁ କାହିଁକି ଦୁର୍ଗନ୍ଧ ଆସୁଛି ବୋଲି କହି ସେ ତାକୁ ଖୋଲି ପକାଇଥିଲା। ଆମେ ସୁଟକେସ୍‌ ଭିତରେ ଭାଇଙ୍କ ମୁଣ୍ଡ ନ ଥିବା ଖଣ୍ଡବିଖଣ୍ଡ ଶରୀର ଦେଖି ପାଦତଳୁ ମାଟି ଖସିଯାଇଥିଲା। ଏହାପରେ ପୂଜା ବିରୋଧରେ ପୁଲିସରେ ଅଭିଯୋଗ କରିଥିଲୁ। ପୂଜାର ନିଜ ସ୍ୱାମୀଙ୍କୁ ଆଠଖଣ୍ଡ କରି ଘରର ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିଲେ।

ସମ୍ବନ୍ଧିତ ଖବର