ଭୁବନେଶ୍ୱର : ଗଜପତିନଗର ବସ୍ତିରୁ ସହିଦନଗର ଥାନା ପୁଲିସ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଛି। ତାଙ୍କ ନାଁ କଳ୍ପନା ନାୟକ (୩୨)।

Advertisment

ପୁଲିସ ସୂଚନା ମୁତାବକ, ଗୁରୁବାର କଳ୍ପନା କାମକୁ ନଯାଇ ଘର ରହିଥିଲେ। ସନ୍ଧ୍ୟାରେ ସ୍ୱାମୀ ପରେଶ କାମରୁ ଘରକୁ ଫେରିଥିଲେ। କବାଟ ଭିତରପଟୁ ବନ୍ଦ ଥିବାରୁ କଳ୍ପନାଙ୍କୁ ଡାକିଥିଲେ। ହେଲେ କଳ୍ପନା ଜବାବ ନଦେବାରୁ କବାଟକୁ ବାଡ଼େଇଥିଲେ। ଯୋର ଧକ୍କା ମାରିବାରୁ କବାଟ ଖୋଲି ଯାଇଥିଲା। କବାଟ ଖୋଲିବା ମାତ୍ରେ କଳ୍ପନା ଝୁଲୁଥିବା ଦେଖି ପରେଶ ହତବାକ୍‌ ହୋଇପଡ଼ିଥିଲେ। ଏହାପରେ ଚିତ୍କାର କରି କାନ୍ଦିଥିଲେ। ପରେଶଙ୍କ ପାଟିଶୁଣୀ ପଡ଼ୋଶୀ ଲୋକମାନେ ଧାଇଁ ଆସିଥିଲେ। କଳ୍ପନାଙ୍କୁ ଏଭଳି ଅବସ୍ଥାରେ ଦେଖି ଲୋକମାନେ ତୁରନ୍ତ ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କଳ୍ପନାଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କଳ୍ପନା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଏନେଇ ପୁଲିସ ସନ୍ଦେହ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।