କୁଲର ସାମ୍ନାରେ ବସି ପବନ ଖାଉଥିବା ସମୟରେ ହଠାତ ଚିତ୍କାର କରି ଉଠିଲେ ମହିଳା, ଘଟଣାସ୍ଥଳରେ ହେଲା ମୃତ୍ୟୁ
ଗୋଓ୍ଵାଲିୟର: ଶବ୍ଦ ପ୍ରତାପ ଆଶ୍ରମ ସାମ୍ନାରେ ଥିବା ଭୁତେଶ୍ୱର କଲୋନିର ଜଣେ ବିବାହିତ ମହିଳାଙ୍କର ଶୁକ୍ରବାର ରାତିରେ ରହସ୍ୟଜନକ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ବିବାହିତ ମହିଳାଙ୍କ ତିନିଟି ସନ୍ତାନ ଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିବାହିତ ମହିଳାଙ୍କ ମା’ଙ୍କ କହିବାନୁସାରେ, ରାତିରେ ସେ କୁଲର ସାମ୍ନାରେ ବସିଥିଲା। ହଠାତ୍ ଝିଅ ଚିତ୍କାର କରି ଉଠିଲା ଓ ଅଚେତ ହୋଇପଡ଼ିଲା। ସଙ୍ଗେସଙ୍ଗେ ତାକୁ ହସ୍ପିଟାଲ୍ ନେଇ ଯାଇଥିଲୁ। ସେଠାରେ ଡାକ୍ତର ଝିଅକୁ ମୃତ ବୋଲି ଘୋଷଣା କରିଥିଲେ। ମହିଳାଙ୍କ ମୃତ୍ୟୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ଯାଇ ଜଣାପଡ଼ିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
ସୂଚନାଯୋଗ୍ୟ, ଶବ୍ଦ ପ୍ରତାପ ଆଶ୍ରମ ନିବାସୀ ଲକ୍ଷ୍ମୀବାଇ କୁଶବାହଙ୍କ ଝିଅ କବିତାଙ୍କ ବିବାହ କେଲାରସ ଜିଲ୍ଲା ମୁରେନା ନିବାସର ସୁଖପାଲ ସିଂହ କୁଶବାହଙ୍କ ସହିତ ହୋଇଥିଲା। ସ୍ୱାମୀଙ୍କ ସହିତ ନପଡ଼ିବାରୁ କବିତା ତିନି ବର୍ଷ ହେବ ନିଜ ବାପ ଘରେ ରହି ଆସୁଥିଲା।
ଲକ୍ଷ୍ମୀବାଇଙ୍କ କହିବାନୁସାରେ, ଶୁକ୍ରବାର ରାତିରେ ଝିଅ ମୋନୁ ପାଇଁ ପୁଅ ଦେଖିବାକୁ ଯାଇଥିଲୁ। ରାତି ପାଖାପାଖି ୧୧ଟାରେ ଘରକୁ ଫେରିବା ପରେ କବିତା କହୁଥିଲା ସେ ଭାରି ଖୁସି ଅଛି। ବହୁତ ଗରମ ଲାଗୁଛି କହି କୁଲର ସାମ୍ନାରେ ବସି ପଡ଼ିଥିଲା। କୁଲର ସାମ୍ନାରେ ବସିଥିବା ସମୟରେ ହଠାତ କବିତା ଜୋର୍ରେ ଚିତ୍କାର କରିବା ସହିତ ଚଟାଣରେ ଅଚେତ ହୋଇପଡ଼ି ଯାଇଥିଲା। ତାକୁ ଚିକିତ୍ସା ପାଇଁ ହସ୍ପିଟାଲ୍ ନେଇଥିଲେ ହେଁ ସେଠାରେ ତାକୁ ମୃତ ବୋଲି ଘୋଷଣା କରିଥିଲେ।
ପରିବାରଲୋକ କବିତାକୁ ବିଦ୍ୟୁତ ଆଘାତ ଲାଗିଥିବା କଥା ମନା କରୁଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।