ୟୁଟୁବ୍‌ରୁ ଦେଖି ପତ୍ନୀଙ୍କ ପ୍ରସବ କରୁଥିଲେ ସ୍ୱାମୀ ଓ ତାଙ୍କର ଦୁଇସାଙ୍ଗ, ସନ୍ତାନ ଜନ୍ମ ଦେଲା ପରେ ମହିଳାଙ୍କ ଉଡିଗଲା ପ୍ରାଣବାୟୁ

ତାମିଲନାଡୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅନ୍ତସତ୍ତ୍ୱା ମହିଳାଙ୍କ ସ୍ୱାମୀ ତାଙ୍କର ଦୁଇଜଣ ସାଙ୍ଗ ସହିତ ମିଶି ୟୁଟୁବରୁ ଭିଡିଓ ଦେଖି ଘରେ ପତ୍ନୀଙ୍କ ପ୍ରସବ କରାଇଥିଲେ। ମହିଳା ସନ୍ତାନକୁ ଜନ୍ମ ଦେବାର କିଛି ସମୟ ପରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଏହି ଘଟଣା ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଏଭଳି ଏକ ଘଟଣା ତାମିଲନାଡୁର ତିରୁପୁରରେ ଘଟିଛି । ସ୍ୱାମୀଙ୍କ ଅବହେଳା ହେତୁ ପତ୍ନୀ ଆରପାରିକୁ ଚାଲି ଯାଇଥିବା କଥା କୁହାଯାଉଛି। ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କ କଥାରେ ପଡ଼ି ଘରେ ପ୍ରସବ କରାଇବେ ବୋଲି ସ୍ଥିର କରିଥିଲେ ତାହା ପୁଣି ଡାକ୍ତରଙ୍କ ବିନା ଉପସ୍ଥିତିରେ। ଆପଣ ଭାବୁ ଥାଇ ପାରନ୍ତି କି ଡାକ୍ତରଙ୍କ ଉପସ୍ଥିତି ବିନା ପ୍ରସବ କିପରି ସମ୍ଭବ ହୋଇପାରିବ? ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସ୍ୱାମୀ ତାଙ୍କର ଦୁଇଜଣ ସାଙ୍ଗ ସହିତ ମିଶି କିପରି ଘରେ ପ୍ରସବ କରାଯାଏ ଦେଖିଦେଖି ପତ୍ନୀଙ୍କ ପ୍ରସବ କରାଇ ଥିଲେ।

୨୮ବର୍ଷୀୟ ମହିଳା ୩.୩କିଲୋଗ୍ରାମ ଶିଶୁକୁ ସିନା ଜନ୍ମ ଦେଇଥିଲେ କିନ୍ତୁ ଜନ୍ମ ଦେବାର କିଛି କ୍ଷଣ ଭିତରେ ସ୍ୱାମୀଙ୍କ ଏହି ଖାମଖିଆଲି ମନଭାବ ହେତୁ ପତ୍ନୀ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ପ୍ରସବ କରାଇଥିବା ସ୍ୱାମୀ ଓ ତାଙ୍କର ଦୁଇସାଙ୍ଗ, ଏମାନଙ୍କ ମଧ୍ୟରୁ କାହାରିକୁ ମେଡିକାଲ ପ୍ରସବ ବିଷୟରେ କୌଣସି ଜ୍ଞାନ ହିଁ ନଥିଲା।

ମୃତ ମହିଳାଙ୍କ ନାମ କ୍ରିଥିଗା ବୋଲି ଜଣାପଡ଼ିଛି। ସେ ଏକ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ। ମହିଳାଙ୍କ ସ୍ୱାମୀ ପୋଷାକ ତିଆରି କରୁଥିବା କମ୍ପାନିରେ କାମ କରନ୍ତି। ମହିଳାଙ୍କ ସ୍ୱାମୀଙ୍କ ନାମ କର୍ତ୍ତିକେୟନ। ଦୁହିଁଙ୍କର ପୂର୍ବରୁ ତିନିବର୍ଷର ଏକ ଶିଣୁ ବି ଅଛି।

ମୃତ ମହିଳାଙ୍କ ସ୍ୱାମୀଙ୍କ କହିବାନୁସାରେ, ତାଙ୍କ ପତ୍ନୀ ଘରେ ପ୍ରସବ ପାଇଁ ଚାହିଁଥିଲେ। ତେଣୁ ସେ ଏଭଲି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର