ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଜଣେ ମହିଳା ଆଶ୍ଚର୍ଯ୍ୟଚକିତ ହୋଇ ରହି ଯାଇଥିଲେ ଯେତେବେଳେ ସେ ତା’ଙ୍କ ସ୍ୱାମୀଙ୍କ ମୋବାଇଲ୍ର ମେସେଜକୁ ଦେଖିଥିଲା। ମେସେଜ ଦେଖିବାର କିଛିଦିନ ପରେ ସେ ସ୍ୱାମୀକୁ ଛାଡପତ୍ର ଦେଇ ଦେଇଥିଲେ ଓ ନିଜର ଦୁଇବର୍ଷର ପିଲା ସହିତ ଅଲଗା ହୋଇ ଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳାଙ୍କ କହିବାନୁସାରେ, ବିବାହ ପରେ ସ୍ୱାମୀଙ୍କ ସହିତ ବେଶ୍ ଖୁସିରେ ଥିଲି। ବିବାହର କିଛି ବର୍ଷ ପରେ ଏକ ଶିଶୁକୁ ଜନ୍ମ ଦେଇଥିଲି। ଯାହାର ବୟସ ଏବେ ଦୁଇବର୍ଷ ପାଖାପାଖି ହେବ। ପିଲା ହେବା ପରେ ସ୍ୱାମୀଙ୍କ ସ୍ୱଭାବରେ ପରିବର୍ତ୍ତନ ହୋଇଥିବାର ଦେଖିବାକୁ ମିଳିଥିଲା। ସେ ମୋତେ ତାଙ୍କର କୌଣସି କାମ ବିଷୟରେ କିମ୍ବା କ’ଣ କରୁଛନ୍ତି କେଉଁଆଡେ ଯାଉଛନ୍ତି କିଛି ହେଲେ କହୁ ନଥିଲେ। ଏହାପରେ ବିବାହ ଏକ ବୋଝ ଭଳି ଲାଗିଥିଲା।
ଏକଦା ସ୍ୱାମୀ ରାତିରେ ଘରକୁ ଆସିଥିଲେ ଓ କିଛି ହେଲେ କଥା ନହୋଇ ଶୋଇ ପଡ଼ିଥିଲେ। ସକାଳେ ଯେତେବେଳେ ସେ ଶୋଇକି ଉଠିଲେ ସିଧା ବାଥରୁମ୍କୁ ଗାଧେଇବା ପାଇଁ ଚାଲି ଯାଇଥିଲେ। ସେ ଯେତେବେଳେ ବାଥରୁମ୍କୁ ଯାଇଥିଲେ ତାଙ୍କର ଫୋନ୍ ମେସଜ ରିଂ ବାଜି ଉଠିଥିଲା। ମୁଁ କିଛି ଜରୁରୀ ମେସେଜ ଥିବା ଭାବି ସ୍ୱାମୀଙ୍କ ଫୋନ୍ ଚେକ୍ କରି ଦେଇଥିଲେ, ମେସେଜରେ ସେ ମୋତେ swmbo କହି ସମ୍ଭୋଧନ କରୁଥିବା ଜାଣିବାକୁ ପାଇଲି। ଏକ ମେସେଜର ଅର୍ଥ କ’ଣ ବୋଲି ପଚାରିବାରୁ ସ୍ୱାମୀ ରିପ୍ଲାଏ ଦେଇ swmbo ଆଜି ଅନୁମତି ଦେବେ ନାହିଁ। ଏହାର ସମ୍ପୂର୍ଣ୍ଣ ଅର୍ଥ ପଚାରିବାରୁ ସ୍ୱାମୀ ଖୁବ୍ ସହଜରେ ଉତ୍ତର ଦେଇଥିଲେ କି ସି ହୁ ମଷ୍ଟ ବି ଓବେଡ୍। ସେ ମୋ ଗାଲରେ ଚାପୁଡା ମାରିବା ଭଳି ଥିଲା।