ନିଶା ଦେଇ ବିବାହିତା ଯୁବତୀଙ୍କୁ ଦୁଷ୍କର୍ମ, ଭିଡିଓ ଉତ୍ତୋଳନ କରି ବ୍ଲାକ୍‌ମେଲିଂ ଅଭିଯୋଗ

ଗୁରୁଗାଓଁ: ଜଣେ ୩୦ ବର୍ଷୀୟା ବିବାହିତା ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ପରେ ତାଙ୍କୁ ୫ ବର୍ଷ ହେଲା ହେଲା ବ୍ଲାକ୍‌  ମେଲିଂ କରି ଜଣେ ଟ୍ରକ୍‌ ଡ୍ରାଇଭର ଦୁଷ୍କର୍ମ କରୁଥିବା ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଟ୍ରକ୍‌ ଡ୍ରାଇଭର ଫେରାର ହୋଇ ଯାଇଛନ୍ତି।
ଗୁରୁଗାଓଁର ପାଲାମ ବିହାର ଥାନା ଅଞ୍ଚଳରରେ ରହୁଥିବା ଜଣେ ୩୦ ବର୍ଷୀୟା ଯୁବତୀ ଗତ ଶନିବାର ଦିନ ଥାନାକୁ ଯାଇ ଅଭିଯୋଗ କରିଛନ୍ତି ଯେ ସେ ବିବାହିତା। ଗତ ୫ ବର୍ଷ ତଳେ ତାଙ୍କର ଟ୍ରକ୍‌ ଡ୍ରାଇଭର ରାକେଶ ସହିତ ଚିହ୍ନା ପରିଚୟ ହୋଇଥିଲା। ବିଭିନ୍ନ ଆଳରେ ରାକେଶ ଯୁବତୀଙ୍କ ଘରକୁ ଆସିବା ପରେ ଦିନେ ତାଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲା। ଏହା ପିଇବା ପରେ ଯୁବତୀ ଜଣକ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଏହି ସମୟରେ ରାକେଶ ତାଙ୍କୁ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ ରାକେଶ ତା ମୋବାଇଲରେ ଉତ୍ତୋଳନ କରି ନେଇଥିଲା। ଚେତା ଫେରିବା ପରେ ରାକେଶ ତାଙ୍କୁ ସେହି ଅସଞ୍ଜତ ମୁହୂର୍ତ୍ତର ଭିଡିଓ ଦେଖାଇ ବ୍ଲାକ୍‌ମେଲିଂ କରିବା ଅରମ୍ଭ କରି ଦେଇଥିଲା। ରକେଶ ଧମକ ଚମକ ଦେଇ କହିଥିଲା ଯେ ଯୁବତୀ ଜଣକ ଯଦି ତାଙ୍କ କଥାରେ ରାଜି ନ ହୁଅନ୍ତି, ତେବେ ସେହି ଅସଞ୍ଜତ ମୁହୂର୍ତ୍ତର ଭିଡିଓ ସେ ଇଣ୍ଟରନେଟ୍‌ରେ ଭାଇରାଲ କରି ଦେଇ ତାଙ୍କୁ ବଦନାମ କରି ଦେବ। ଏହା କହି ରାକେଶ ଦୀର୍ଘ ୫ ବର୍ଷ ଧରି ତାଙ୍କୁ ଦୁଷ୍କର୍ମ କରିଥିଲା। କେବଳ ସେତିକି ନୁହେଁ, ଏହା ବାହାରେ ପ୍ରଘଟ କଲେ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି ରାକେଶ ଯୁବତୀଙ୍କୁ ଚେତାବନୀ ଦେଇଥିଲା।
ତେବେ ନିକଟରେ ରକେଶ ପୁଣି ଯୁବତୀଙ୍କୁ ରାସ୍ତାରେ ଅଟକାଇ ତାଙ୍କୁ ଅସଦା ଚରଣ କରିବା ପରେ ଯୁବତୀ ଜଣକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ରାକେଶଙ୍କ ନର୍ଯାତନାରେ ଅତିଷ୍ଟ ହୋଇ ଶେଷରେ ଯୁବତୀ ଜଣକ ନିଜ ଭିତରେ ସାହସ ସଞ୍ଚୟ କରି ଘଟଣା ସମ୍ପର୍କରେ ତାଙ୍କ ପରିବାରରେ କହିଥିଲେ। ପରିବାର ଲୋକଙ୍କ ଉପଦେଶ ଅନୁଯାୟୀ, ଗତ ଶନିବାର ଦିନ ଯୁବତୀ ଜଣକ ଏ ସଂକ୍ରାନ୍ତରେ ପାଲାମବିହାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଯୁବତୀଙ୍କ ଅଭିଯୋଗ ଭିତ୍ତିରେ ଦଫା ୩୨୮, ୩୪୨, ୩୭୬ ଓ ୫୦୬ରେ ଏକ ମାମଲା ରୁଜୁ କରି ଯୁବତୀଙ୍କ ବୟାନ ଧାରା ୧୬୪ ଅନୁଯାୟୀ ମାଡିଷ୍ଟ୍ରେଟ୍‌ଙ୍କ ନିକଟରେ ରେକର୍ଡ କରିଛି। ତେବେ ଯୁବତୀ ଜଣକ ତାଙ୍କୁ ବ୍ଲାକ୍‌ମେଲ କରାଯାଇଥିବା ସମ୍ପର୍କୀତ କୌଣସି ଫଟୋ କିମ୍ବା ଭିଡ଼ିଓ ଥାନାରେ ଦାଖଲ କରି ପାରି ନାହାଁନ୍ତି। ଏ ନେଇ ପାଲାମବିହାର ଥାନା ଅଧିକାରୀ ବିକ୍ରମ ନେହେରା କହିଛନ୍ତି ଯେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ଅଭିଯୁକ୍ତି ରାକେଶକୁ ଧରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଶ୍ରୀ ନେହେରା କହିଛନ୍ତି।

ସମ୍ବନ୍ଧିତ ଖବର