ସୁରଟ: ଗୁଜୁରାଟର ସୁରଟର ଉଧନା-ମଗଦଲ୍ଲା ରୋଡ ଅଞ୍ଚଳରେ ରହୁଥିବା ଜଣେ ମହିଳା ଭାଇକୁ ରାକ୍ଷୀ ବାନ୍ଧି ଘରକୁ ଫେରିବା ପରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପରିବାର ଲୋକ ମହିଳାଙ୍କ ମୃତଦେହକୁ ପଙ୍ଖାରେ ଝୁଲିଥିବା ଦେଖିବାକୁ ପାଇଥିଲେ। ଏହି ଆତ୍ମହତ୍ୟା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତକଙ୍କ ନାମ ରାଧିକା ଦେବୀ ଦିନେଶ କୁଓ୍ଵର ଓ ବୟସ ୩୦ ବର୍ଷ ବୋଲି ଜଣାପଡ଼ିଛି।

Advertisment

publive-image

ପ୍ରକାଶିତ ରିପୋର୍ଟ ମୁତାକବ, ରାଧିକା ଦେବୀ ଦିନେଶ କୁଓ୍ଵରଙ୍କ ମୃତଦେହକୁ ଉଧନା-ମଗଦଲ୍ଲା ରୋଡସ୍ଥିତ ଅମ୍ବାନଗର ରବାରିରୁ ପୁଲିସ ଉଦ୍ଧାର କରିଛି। ମୃତ ରାଧିକାଙ୍କ ପରିବାରବର୍ଗଙ୍କ କହିବାନୁସାରେ, ରାଧିକା ଗତ ଗୁରୁବାର ପଙ୍ଖାରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଛନ୍ତି। ସେ ଦ୍ୱିପହରରେ ଲାଲ ଦରବାଜା ଅଞ୍ଚଳରେ ରହୁଥିବା ଭାଇକୁ ରାକ୍ଷୀ ବାନ୍ଧିବାକୁ ଯାଇଥିଲେ। ସେଠାରୁ ଘରୁ ଫେରିବା ପରେ ବହୁତ ଖୁସି ଥିଲେ। କିନ୍ତୁ ହଠାତ୍‌ ଘରକୁ ଫେରି କାହାକୁ କିଛି ନଜଣାଇ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ରାଧିକାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲା