ପ୍ରେମିକଠାରୁ ଅଲଗା ହେବା ଭୟରେ ନିଜକୁ ଗର୍ଭବତୀ କହିଲା ପ୍ରେମିକା,ପ୍ରସବ ପରେ ନବଜାତ ମୃତ ବୋଲି କହି ଅନ୍ତିମସଂସ୍କାର କରାଇଲା, ଶେଷରେ ସତ ଖୋଲିଲା କବର !

ନୂଆଦିଲ୍ଲୀ : ମଧ୍ୟ ଆମେରିକୀୟ ଦେଶ ହଣ୍ଡୁରାସରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ପ୍ରେମିକ ସହ ରହିବା ପାଇଁ ଜଣେ ପ୍ରେମିକ ଗର୍ଭବତୀ ଥିବାର ମିଛ ନାଟକ କରିଥିବା ଜଣାପଡ଼ିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏ ବିଷୟରେ ମହିଳାଙ୍କ ପରିବାର ଲୋକ ଏବଂ ତାଙ୍କ ପ୍ରେମିକ ଆଦୌ ଜାଣି ପାରି ଥିଲେ । ୯ମାସ ପର୍ଯ୍ୟନ୍ତ ନିଜର ସତ ଲୁଚାଇ ରଖିଥିଲେ ମହିଳା । ୯ମାସ ପରେ ନିଜ ମିଛ ପ୍ରସବ ମଧ୍ୟ କରାଇଥିଲେ । ପ୍ରସବ ପରେ ଶିଶୁଟି ମରି ଯାଇଥିବା ବେଳେ ତା’କୁ ପୋତି ଦିଆଯାଇଥିଲା । କିନ୍ତୁ ପ୍ରେମିକର ସାଙ୍ଗମାନଙ୍କ ସନ୍ଦେହ ପୂରା ସତ ବାହାରକୁ ଆଣିଥିଲା । ପୋତା ଯାଇଥିବା କବରକୁ ଆଉ ଥରେ ଖୋଳି ଦେଖିବା ପରେ ସମସ୍ତଙ୍କ ହୋସ ଉଡ଼ି ଯାଇଥିଲା ।

Mirror

ସୂଚନା ମୁତାବକ, ରୋଜା ନାମକ ଜଣେ ମହିଳା ନିଜ ପ୍ରେମିକ ମେଲ୍‌ଭିନ୍‌ଙ୍କଠାରୁ ଅଲଗା ନ ହେବା ପାଇଁ ଗର୍ଭବତୀ ଥିବା କହିଥିଲେ । ତାଙ୍କ ପେଟରେ ଯମଜ ସନ୍ତାନ ଥିବା କହି ପ୍ରସବ ପାଇଁ ସେ ଏକା ଡ଼ାକ୍ତରଖାନା ଯିବେ କହି ଘରୁ ବାହାରି ଯାଇଥିଲେ । ଯିବାର ଗୋଟେ ଦିନ ପରେ ସେ ଘରକୁ ଫୋନ କରି ଦୁଇଟି ସନ୍ତାନ ମଧ୍ୟରୁ ଜଣେ ମୃତ ବୋଲି ଜଣାଇଥିଲେ । ଯାହା ପରେ ରୋଜାଙ୍କ ପରିବାର ଲୋକଙ୍କ ନିଦ ହଜି ଯାଇଥିଲା । ପର ଦିନ ରୋଜା ଘରେ ପହଞ୍ଚିବା ପରେ ତାଙ୍କ ହାତରେ ଏକ ଧଳା ରଙ୍ଗର କଫିନ୍‌ ଥିଲା । ଯାହାକୁ ସେ କାହାକୁ ବି ଖୋଲିବାକୁ ଦେଇ ନଥିଲେ । ଏହା ସହ ଦ୍ୱିତୀୟ ସନ୍ତାନକୁ ସେ ଡ଼ାକ୍ତରଖାନାରେ ଛାଡ଼ି ଆସିଥିବା କହିଥିଲେ । ସବୁ ଜାଣିବା ପରେ ମେଲ୍‌ଭିନ୍‌ ଅନ୍ତମସଂସ୍କାରର ପ୍ରବନ୍ଧ କରିଥିଲେ । କଫିନ୍‌କୁ ପୋତା ସରିବା ପରେ ମେଲ୍‌ଭିନ୍‌ ସାଙ୍ଗ ଇସ୍‌ମାଇଲଙ୍କର ରୋଜାଙ୍କ କାମକୁ ନେଇ ସନ୍ଦେହ ଆସିଥିଲା । ସେ ପୋତା ଯାଇଥିବା କଫିନ୍‌କୁ ପୁଣି ଥରେ ଖୋଳି ବାହାର କରିବାକୁ ଭାବିଥିଲେ। ଖୋଳିବା ପରେ କଫିନ୍‌ ଭିତରେ ଏକ କଣ୍ଡେଇ ଥିବା ଦେଖିଥିଲେ ଇସ୍‌ମାଇଲ । ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ଘଟଣା ପରେ କଫିନ୍‌କୁ ପୁଲିସ ହେପାଜତରେ ଦେଇ ସବୁ ସତ ଜଣାଇଥିଲେ ମେଲ୍‌ଭିନ୍‌ । କିନ୍ତୁ ରୋଜାଙ୍କ ବିରୋଧରେ କୌଣସି ଅଭିଯୋଗ କରି ନଥିଲେ ମେଲ୍‌ଭିନ୍‌ ।

ସମ୍ବନ୍ଧିତ ଖବର