ନୂଆଦିଲ୍ଲୀ: ଅନେକ ସମୟରେ ଅନଲାଇନ ଡେଲିଭରି ହେଉ ଅବା ହୋଟେଲରେ ପରସା ଯାଉଥିବା ଖାଦ୍ୟମାନଙ୍କରେ ଅସରପା, ଝିଟିପିଟି ବାହାରିବାର ଅନେକ ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଉକ୍ତ ହୋଟେଲ ମାଲିକଙ୍କ ବିରୋଧରେ ଅଭିଯୋଗ ବି କରି ଥାଆନ୍ତି।
ନିକଟରେ ଜଣେ ମହିଳା ଅର୍ଡର କରିଥିବା ପାଷ୍ଟ ଫୁଡ ଖାଦ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ତାଙ୍କ ଅନୁଭବ ସେୟାର କରିଛନ୍ତି। ମହିଳା ଜଣକ ବୋଲିଭିୟାରେ ବସବାସ କରନ୍ତି। ଏହି ମହିଳା ଜଣକ ସୁପରମାର୍କେଟରୁ ବର୍ଗର କିଣିଥିଲେ। ଘରକୁ ନେବା ପରେ ତାକୁ ଗରମ କରିଥିଲେ। ଗରମ କରି ଖାଇବାକୁ ବସିବା ସମୟରେ ସେ ବର୍ଗରରେ ଯାହା ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବର୍ଗରେ ମହିଳା ଜଣକ ମଣିଷର କଟି ଯାଇଥିବା ଆଙ୍ଗୁଳି ଦେଖିବାକୁ ପାଇଥିଲେ।
ଏଭଳି ଘଟଣାର ଶିକାର ହୋଇଥିବା ମହିଳାଙ୍କ ନାମ ଏଷ୍ଟେଫନି ବେନିଟେଜ ବୋଲି ଜଣାପଡ଼ିଛି। ଏଷ୍ଟେଫନି ଯେମିତି ବର୍ଗର ଖାଇବା ଆରମ୍ଭ କରିଥିଲେ ତାଙ୍କ ପାଟିକୁ କିଛି ଟାଣ ଜିନିଷ ଭଳି ଅନୁଭବ ହୋଇଥିଲା। ଏହାପରେ ତାକୁ ପାଟିରୁ ବାହାର କରି ଦେଖିଲା ବେଳକୁ ତାହା ମଣିଷର କଟା ଆଙ୍ଗୁଳି ଥିଲା।
ପ୍ରକାଶିକ ରିପୋର୍ଟରୁ ଜଣାପଡ଼ିଛି, ବର୍ଗର ପ୍ରସ୍ତୁତ କରୁଥିବା ସମୟରେ ଜଣେ କର୍ମଚାରୀଙ୍କ ଦୁଇଟି ଆଙ୍ଗୁଳି କଟି ଯାଇଥିଲା। ହୋଟେଲ ପରିଚାଳକ ଏହାର କୌଣସି ତଦନ୍ତ ନକରି ଗ୍ରାହକଙ୍କୁ ଏଭଳି କଟା ଆଙ୍ଗୁଳି ଯୁକ୍ତ ଖାଦ୍ୟ ପଠା ଦେଇଥିଲେ। ଗୋଟିଏ ଆଙ୍ଗୁଳି ମିଳିଥିବା ବେଳେ ଆଉ ଗୋଟିଏ ଆଙ୍ଗୁଳି କୁଆଡେ ଗଲା ସେନେଇ ଛାନଭିନ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Untitled-1-22.jpg)