ବ୍ରିଟେନ୍ : ବ୍ରିଟେନ୍ ମାଞ୍ଚେଷ୍ଟରର ଜଣେ ମହିଳାଙ୍କୁ ଜଣେ ୧୧ବର୍ଷର ନାବାଳକ ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଅପରାଧରେ କୋର୍ଟ ୧୫ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି।
ସୂଚନାଯୋଗ୍ୟ, ୩୬ ବର୍ଷୀୟା ଡାନ୍ ଡେଭିସଙ୍କ ବିରୋଧରେ ଅଭିଯୋଗ ଥିଲା କି, ସେ ୧୧ବର୍ଷର ଜଣେ ନାବାଳକଙ୍କୁ ଅନେକ ଥର ଯୌନ ଶୋଷଣ କରିବା ସହିତ ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଏହି ଘଟଣାରେ ଡେଭିସଙ୍କୁ ୨୦୧୫ ମଇ ମାସରେ ପୁଲିସ ଗିରଫ କରିଥିଲା। ଦୁଇବର୍ଷ ପରେ ମାଞ୍ଚେଷ୍ଟର କ୍ରାଉନ୍ କୋର୍ଟ ଏହି ମାମଲାର ୧୨ଟି ଶୁଣାଣି କରିବା ପରେ ନିଜର ନିଷ୍ପତ୍ତି ଶୁଣାଇଛନ୍ତି।
କୋର୍ଟ ଏକ ନାବାଳକକୁ ଯୌନ ଶୋଷଣ କରିବା ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିବା ଅପରାଧରେ ଡେଭିସଙ୍କୁ ୧୫ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ଏହି ମାମଲାର ଯାଞ୍ଚ କରୁଥିବା ବରିଷ୍ଠ ପୁଲିସ ଅଧିକାରୀ କୋର୍ଟର ନିଷ୍ପତ୍ତିରେ ଖୁସି ଅଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/davis-620x400.jpg)