ନିଜର ୬ ବର୍ଷର ଝିଅ ସହ ମହିଳା ଏବଂ ତାଙ୍କ ବାପା ମାଆଙ୍କ ଶବ ଘରୁ ଉଦ୍ଧାର କଲା ପୁଲିସ୍‌

ବେଙ୍ଗଲୁରୁ:ଉତ୍ତର ବେଙ୍ଗଲୁରୁ ଅଞ୍ଚଳରେ ରହୁଥିବା ଜଣେ ୨୯ବର୍ଷୀୟା ଗୃହିଣୀଙ୍କ ସମେତ ତାଙ୍କର ଛଅ ବର୍ଷର ଝିଅ ଓ ପିତା-ମାତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ପୁଲିସ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି।
ମିଳିଥିବା ସୂଚନା ଅନୁଯାୟୀ ଉତ୍ତର ବେଙ୍ଗଲୁରୁର ବିଦ୍ୟାରଣାପୁରାରେ ସୁଧାରାଣୀ ନାମ୍ନୀ ଜଣେ ସୁଧାରାଣୀ ନାମ୍ନୀ ଜଣେ ବିବାହିତା ମହିଳା (୨୯) ନିଜର ଛଅ ବର୍ଷର ଝିଅ ସହିତ ନିଜ ବାପାମାଆଙ୍କ ଘରେ ଥିଲେ। ସୁଧାରାଣୀଙ୍କ ସ୍ୱାମୀ ଅର୍ଜୁନ ଏକ ମେଡିସିନ୍‌ ଦୋକାନର ମାଲିକ। ଗତ ଶନିବାର ଦିନ ସେ ଜଣେ ସଂପର୍କୀୟଙ୍କ ବାହାଘରରେ ଯୋଗଦେବା ଲାଗି ବାପଘରକୁ ଯାଇଥିଲେ। ସ୍ୱାମୀ ଅର୍ଜୁନଙ୍କ କହିବା ଅନୁଯାୟୀ ଶନିବାର ରାତିରେ ସେ ପତ୍ନୀ ସୁଧାରାଣୀ ଙ୍କୁ ଫୋନ୍‌ କରିଥିଲେ,ମାତ୍ର କେହି ଫୋନ୍‌ ଉଠାଇନଥିଲେ। ସେ ଭାବିଲେ କି ବୋଧହୁଏ ସୁଧା ବାହାଘରକୁ ଯିବାଲାଗି ବ୍ୟସ୍ତ ଅଛନ୍ତି। ଏଣୁ ଆଉ ଫୋନ୍‌ କରି ନଥିଲେ।


ମୃତ ସୁଧାରାଣୀଙ୍କ ବାପା ଜନାର୍ଦ୍ଦନ ଜଣେ କାର୍‌ ଡ୍ରାଇଭର। ଘଟଣାସ୍ଥଳରୁ ପୁଲିସ ଏକ ନୋଟ୍‌ ଜବତ କରିଛି,ଯେଉଁଥିରେ ଉଲ୍ଲେଖ ଅଛି କି ସୁଧାରାଣୀ ଜଣେ ଲୋକଙ୍କୁ ନୂଆ ଘର କିଣିବା ଲାଗି ୨୫ଲକ୍ଷ ଟଙ୍କା ଦେଇଥିଲେ,ଯାହାଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ଟଙ୍କା ନଷ୍ଟ ହୋଇଛି। ତେବେ ସେ କେଉଁଠାରୁ ଏତେ ପରିମାଣର ଟଙ୍କା ଯୋଗାଡ କରିଥିଲେ ତାହା ସନ୍ଦେହ ଘେରରେ ରହିଛି। ଏହା ହତ୍ୟା ନା ଆତ୍ମହତ୍ୟା ! ଚାରି ଜଣଙ୍କ ମୃତ୍ୟୁକୁ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର