ସ୍ବାମୀଙ୍କ ସହ ରେସ୍ତୋରାଁରେ ଖାଉଥିବା ବେଳେ ଖାଦ୍ୟରୁ ବାହାରିଲା ମଲା ମୂଷା

ନୂଆଦିଲ୍ଲୀ: ଆମେରିକାରେ ମେନହଟ୍ଟନରେ  ଏକ ‌କୋରେଟାଉନ ରେସ୍ତୋରାଁ ବିରୋଧରେ ମାମଲା ରୁଜୁ କରାଯାଇଛି।  ଏଥିରେ କୁହାଯାଇଛି କି, ଦୁଇଜଣ ଗ୍ରାହକ ରେସ୍ତୋରାଁରୁ ଖାଦ୍ୟ ଅର୍ଡର କରିଥିଲେ। ଏହି ଖାଦ୍ୟ ଓ ସୁପ ଖାଉଥିବା ବେଳେ ଏକ ମଲା ମୂଷା ସେଥିରୁ ବ‌ାହାରିଥିଲା। ଏହି ଅଭିଯୋଗ ପରେ  ଘଟଣାର ନୀରିକ୍ଷଣ କରାଯାଇଥିଲା। ଏହାପରେ ସ୍ବାସ୍ଥ୍ୟ ଓ ମାନସିକ  ସ୍ବଚ୍ଛତା ବିଭାଗ ଦ୍ବାରା ରେସ୍ତୋରାଁକୁ ବନ୍ଦ କରି ଦିଆଯାଇଥିଲା।

ଅଧିକାରୀଙ୍କ କହିବାନୁସାରେ, ନ୍ୟୁୟର୍କ ସହରର କୌଣସି ବି ରେସ୍ତୋରାଁର ମେନୁରେ ମୂଷା ପାଇଁ ଅଧିକୃତ ନାହିଁ। ଏହି ଘଟଣାର ଆଗକୁ ଯାଞ୍ଚ ଜାରି ରହିଛି।

 

 

View this post on Instagram

 

A post shared by Eunice L Lee (@eunichiban)


ମାର୍ଚ୍ଚ ୧୪ ତାରିଖରେ ୟୁନିସ ଏଲ ଲି ଏହି ଘଟଣାକୁ ଇନଷ୍ଟାଗ୍ରାମରେ ସେୟାର କରି କହିଛନ୍ତି, ‘ଆଇନର ସାହାଯ୍ୟ ନେବା ପରେ ମୁଁ ଓ ମୋର ସ୍ବାମୀ ଆମ ସହିତ ଘଟିଥିବା ଏହି ଘଟଣାକୁ ସେୟାର କରିବା ପାଇଁ ସ୍ବାଧୀନ ଥିବା ଅନୁଭବ କରୁଛୁ। ଆମେ ଗେମିଓକ ନାମକ ଏକ ପ୍ରସିଦ୍ଧ ରେସ୍ତୋରାଁରୁ ଖାଦ୍ୟ ଅର୍ଡର କରିଥିଲୁ। ଏହି ଖାଦ୍ୟ ଖାଇବା ସମୟରେ ଆମକୁ ଘୃଣା ଲାଗିଥିଲା। କାରଣ ଖାଦ୍ୟରୁ ଏକ ମଲା ମୂଷା ବାହାରିଥିଲା। ରେସ୍ତୋରାଁ କର୍ମଚାରୀଙ୍କୁ ଅନୁରୋଧ କି ସେମାନେ ଗ୍ରାହକଙ୍କ ସହିତ ଏମିତି ଘଟଣା ନଘଟାନ୍ତୁ। କାରଣ ଲୋକେ ବହୁତ ଇଚ୍ଛାର ସହ ରେ‌ସ୍ତୋରାଁକୁ ଖାଇବାକୁ ଆସିଥାଆନ୍ତି। ଯଦି ସେମାନଙ୍କ ଖାଦ୍ୟରେ ଏମିତି ଜୀବ ବାହାରନ୍ତି ତେବେ ଖାଦ୍ୟ ପ୍ରତି ଗ୍ରାହକଙ୍କ ଏକ ଘୃଣାଭାବ ଚାଲି ଆସିବ।’

ସମ୍ବନ୍ଧିତ ଖବର