ରାମପୁର(ଉତ୍ତର ପ୍ରଦେଶ): ଜଣେ ୧୮ ବର୍ଷୀୟା ଦଳିତ ଯୁବତୀଙ୍କୁ ଏକ ଘରେ ଆବଦ୍ଧ ରଖି ୨ ମାସ ଧରି ଗଣ ଦୁଷ୍କର୍ମ କରାଯିବା ପରି ଏକ ଘୃଣ୍ୟ ଘଟଣା ଏବେ ପଦାକୁ ଆସିଛି।ଏହି ଘଟଣାରେ ଗତକାଲି ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଯୁବତୀଙ୍କ ବୟାନ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ରେକର୍ଡ କରିଛି। ଏହି ଘଟଣାରେ ୬ ଜଣଙ୍କ ଅଭିଯୁକ୍ତଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି।ମାତ୍ର ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି।
ରାମପୁରର ସିଭିଲ ଲାଇନ୍୍ ଥାନାର ଥାନାଧିକାରୀ ଅଜିତ କୁମାର ସିଂହ କହିଛନ୍ତି ଯେ ରବିନ୍ଦର ଶର୍ମା ନାମକ ଜଣେ ବ୍ୟକ୍ତି ଜଣେ ୧୮ ବର୍ଷୟୀା ଦଳିତ ଯୁବତୀଙ୍କୁ ଜୋର ଜବରଦସ୍ତ ତାଙ୍କ ଘରେ ରଖିଥିଲା। ଗତ ଅକେ୍ାବର ୪ ତାରିଖ ଦିନ ଯୁବତୀ ଜଣକ ତାଙ୍କ ସାନ ଭଉଣୀ ସାଙ୍ଗରେ ପାଟିତୁଣ୍ଡ କରି ବାହାରକୁ ପଳାଇ ଆସିଥିଲା। ସେ ଟ୍ରେନ୍ ଲାଇନ୍ କଡ଼ରେ ଠିଆ ହୋଇ କାନ୍ଦୁଥିବା ବେଳେ ରାକେଶ ନାମକ ଜଣେ ଯୂୁବକ ତାଙ୍କ ପାଖରେ ପହଞ୍ଚି ଥିଲା। ଯୁବତୀଙ୍କୁ ସହଯୋଗର ହାତ ବଢ଼ାଇ ରକେଶ ତାଙ୍କୁ କାନ୍ସିିରାମ କଲୋନିରେ ଥିବା ତାଙ୍କ ଘରକୁ ନେଇ ଯାଇଥିଲା। ସେଠାରେ ପହଞ୍ଚିବା ପରେ ରାକେଶର ଆଚରଣରେ ପରିବର୍ତ୍ତନ ଘଟିଥିଲା। ରାକେଶ ଯୁବତୀଙ୍କ ମୋବାଇଲ ଫୋନ ଛଡ଼ାଇ ନେଇ ତାଙ୍କୁ ଯୌନ ନିୀର୍ଯାତନା ଦେବା ଆରମ୍ଭ କରିଥିଲା। ରାକେଶ ତାକୁ ତା ଘରେ ୪ ଦିନ ରଖି ଯୌନ ନିର୍ଯାତନା ଦେବା ପରେ ବବ୍ଲୁ ନାମକ ଜଣେ ଯୁବକ ଆସି ତାଙ୍କୁ ଏକ ଅଜଣା ସ୍ଥାନକୁ ନେଇ ଯାଇଥିଲେ।ସେଠାରେ ସୌରଭ , ରବିନ୍ଦର, ପରବିନ ଓ ଅନ୍ୟ ଜଣେ ଅଜଣା ଯୁବକ ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ।ଏପରିକି ଏହି ଗଣ ଦୁଷ୍କର୍ମର ବିରୋଧ କରିବାରୁ ତାଙ୍କୁ ବନ୍ଧକ ରଖିଥିବା ଯୁବକ ମାନେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ସିଗାରେଟ୍ ଚେଙ୍କ ଦେଇଥିଲେ। ତା ପରେ ଦୁର୍ବୃତ୍ତମାନେ ତାଙ୍କୁ ସୂର୍ଯ୍ୟନଗରର ଏକ ଘର ଭିତରେ ବନ୍ଧକ ରାଖି ବାରମ୍ବାର ଗଣ ଦୁଷ୍କର୍ମ କରିଥିଲେ।
ତେବେ କୌଣସି ମତେ ସୁଯୋଗ ଦେଖି ଯୁବତୀ ଜଣକ ତଙ୍କୁ ବନ୍ଧକ ରଖିଥିବା ଦୁର୍ବୃତ୍ତମାନଙ୍କ କବଳରୁ ଖସି ଆସି ଥାନରେ ପହଞ୍ଚିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହି ଘଟଣାରେ ରବିନ୍ଦର ଶର୍ମାଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଥିବା ବେଳେ ଯୁବତୀଙ୍କର ଡାକ୍ତରୀ ମାଇନା କରାଯାଇଛି। ଏ ସଂକ୍ରାନ୍ତରେ ଯୁବତୀଙ୍କ ପରିବାରକୁ ସୂଚନା ଦିଆଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ସିଂହ କହିଛନ୍ତି। ସେହିପରି ଗିରଫ ଅଭିଯୁକ୍ତ ଶ୍ରୀ ଶର୍ମାଙ୍କ ଅନ୍ୟ ସହଯୋଗୀ ଓ ସମ୍ପର୍କୀୟମାନଙ୍କୁ ମଧ୍ୟ ଧରିବା ପାଇଁ ଉଦ୍ୟମ କରାଯାଉଛି। ଯୁବତୀଜଣକ ଯେଉଁମାନଙ୍କ ନାମରେ ଗଣ ଦୁଷ୍କର୍ମ ଅଭିଯୋଗ କରିଛନ୍ତି, ସେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ଯୁବତୀ ଜଣକ ଏବେ ମାନସିକଭାବେ ଅବସାଦଗ୍ରସ୍ତ ଥିବାରୁ ତାଙ୍କର ମେଡିକାଲ କାଉନସେଲିଂ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।