ଗୋଆ ବିଚ୍‌ରେ ବୟଫ୍ରେଣ୍ଡ୍‌ ଆଗରେ ୨୦ ବର୍ଷୀୟ ଯୁବତୀଙ୍କ ସହ ଗଣ ଦୁଷ୍କର୍ମ

ପଣଜୀ: ଗୁରୁବାର ରାତିରେ ଦକ୍ଷିଣ ଗୋଆ ଜିଲ୍ଲା ଅନ୍ତର୍ଗତ ସମୁଦ୍ର ତଟରେ ବୟଫ୍ରେଣ୍ଡ୍‌ ସାମ୍ନାରେ ଜଣେ ଯୁବତୀଙ୍କ ସହ ତିନ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା କଥା ପୁଲିସ କହିଛି।

ପଣାଜୀ ଠାରୁ ୫୦ କିଲୋମିଟର ଦୂର ସେର୍ଣ୍ଣାଭାତିମ ବେଳାଭୂମିରେ ଘଟଣାଟି ଘଟିଥିବା ପ୍ରକାଶ।

ତିନି ଅଚିହ୍ନା ଅଭିଯୁକ୍ତ ଉକ୍ତ ଯୋଡ଼ିଙ୍କୁ ବେଳାଭୂମିରେ ଅଟକାଇ ଥିଲେ। ଉଭୟଙ୍କ ପୋଷାକ ଖୋଲି ଫଟୋ ଉଠାଇବା ପରେ ଅର୍ଥ ଦାବି କରିଥିଲେ।

ପରେ ପରେ ତିନିହେଁ ସେ ୨୦ ବର୍ଷୀୟ ଯୁବତୀଙ୍କ ସହ ତାଙ୍କ ବୟଫ୍ରେଣ୍ଡ୍‌ ସମ୍ମୁଖରେ ଗଣ ଦୁଷ୍କର୍ମ କରିଥିଲେ।

ଯୁବତୀଙ୍କର ଡାକ୍ତରୀ ମାଇନା କରାଯିବା ପରେ ରିପୋର୍ଟରେ ଦୁଷ୍କର୍ମ କରାଯାଇଥିବା କଥା ନିଶ୍ଚିତ ବୋଲି ଦକ୍ଷିଣ ଗୋଆ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅରବିନ୍ଦ ଗଓ୍ଵାସ କହିଛନ୍ତି।

ନିକଟବର୍ତ୍ତୀ ଗାଁ’ର ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ଦୁଷ୍କର୍ମକାରୀମାନେ ତାଙ୍କ ସହ କରିଥିବା ଯୌନଉତ୍ପୀଡ଼ର ଭିଡିଓ ଉତ୍ତୋଳନ କରିଛନ୍ତି। ପୁଲିସରେ ସୂଚନା ଦେଲେ ଏହାକୁ ପ୍ରଘଟ କରିଦିଆ ଯିବ ବୋଲି ତାଙ୍କୁ ବ୍ଲାକ୍‌ମେଲ୍‌ କରାଯାଉଛି।

ପୁଲିସ କେତେକ ସନ୍ଦିଗ୍ଧଙ୍କୁ ପଚରା ଉଚୁରା କରିବା ପରେ ଶନିବାର ଦିନ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଇନ୍ଦୋରର ୨୩ ବର୍ଷିୟ ସଞ୍ଜିବ ଧନଞ୍ଜୟ ପାଲ ଏବଂ ୧୯ ବର୍ଷିୟ ରାମ ସନ୍ତୋଷ ଭାରିୟା।

ଅନ୍ୟ ଜଣେ ଫେରାର ହୋଇ ଯାଇଛି।

ସମ୍ବନ୍ଧିତ ଖବର