ମୁଜାଫରନଗର: ଏକ ତିନି ମାସିଆ ଶିଶୁକୁ ମୁଣ୍ଡ ଜାମିନ ରଖି ସ୍ପଷ୍ଟ ଦିବାଲୋକରେ ସ୍ୱାମୀଙ୍କ ସମ୍ମୁଖରେ ଜଣେ ୩୦ ବର୍ଷୀୟ ମହିଳାଙ୍କ ସହ ଗଣ ଦୁଷ୍କର୍ମ କରାଯାଇଛି। ଶୁକ୍ରବାର ସକାଳେ ମୁଜାଫରନଗର ଅନ୍ତର୍ଗତ ଭୋପା ଅଞ୍ଚଳର ଜଣେ ଶିଶୁ ବିଶେଷଜ୍ଞଙ୍କ ପାଖରୁ ଘରକୁ ଫେରୁଥିବାବେଳେ ଏହି ଅପରାଧ କରାଯାଇଥିଲା।
ପୁଲିସ ଅଧିକାରୀଙ୍କ ମତରେ, କାକ୍ରୋଲି ଥାନା ଅଧୀନ ଧନସରୀ ଗାଁ’ର ଅଧିବାସିନୀ ସେ ୩୫ ବର୍ଷିୟ ବ୍ୟକ୍ତିଜଣକ ଶିଶୁ ବିଶେଷଜ୍ଞଙ୍କ ପାଖରୁ ନିଜ ପତ୍ନୀ ଏବଂ ଶିଶୁକୁ ଧରି ବାଇକ୍ ଯୋଗେ ଘରକୁ ଫେରୁଥିଲେ। କାର୍ରେ ଆସୁଥିବା ୪ ଜଣ ବ୍ୟକ୍ତି ତାଙ୍କୁ ଅଟକାଇ ଥିଲେ।
ସେମାନେ ତାଙ୍କୁ କହିଥିଲେ ଯେ ମୁଖ୍ୟ ରାସ୍ତାରେ ଥିବା ଗଙ୍ଗା କେନାଲ୍ ପୋଲ ଭାଙ୍ଗି ଯାଇଛି। ତେଣୁ ଅନ୍ୟ ଏକ ପଛ ରାସ୍ତାରେ ଯିବା ପାଇଁ ସେମାନେ ତାଙ୍କୁ ପରାମର୍ଶ ଦେଇଥିଲେ।
ତାଙ୍କ କଥା ମାନି ସପରିବା ବାଇକ୍ ଯୋଗେ ଭିନ୍ନ ରାସ୍ତା ଧରିଥିଲେ। କିଛି ବାଟ ଯିବା ପରେ କାର୍ରେ ଯାଉଥିବା ବ୍ୟକ୍ତିମାନେ ତାଙ୍କୁ ବାଇକ୍ରେ ବ୍ରେକ୍ ଲଗାଇ ଅଟକିବାକୁ ବାଧ୍ୟ କରିଥିଲେ। ପରେ ସ୍ୱାମୀକୁ ବାଡ଼ାପିଟା କରିଥିଲେ।
ପରେ ତିନି ଜଣଙ୍କୁ ସେମାନେ ଏକ ଆଖୁ କିଆରିକୁ ଘୋଷାରି ନେଇ ଥିଲେ। ସେମାନେ ଲୋକଟିକୁ ବାନ୍ଧି ପକାଇ ପିଲାଟି ଗଳାରେ ଏକ ତୀକ୍ଷ୍ଣ ଛୁରି ଲଗାଇ ମହିଳାଜଣକୁ ସମର୍ପଣ କରିବାକୁ ବାଧ୍ୟ କରାଇଥିଲେ। ତା’ପରେ ତାଙ୍କ ସହ ଗଣ ଦୁଷ୍କର୍ମ କରାଯାଇଥିଲା।
ତା’ପରେ ଅପରାଧୀମାନେ ଖସି ପଳାଇ ଯାଇ ଥିଲେ।
ମୂର୍ଚ୍ଛାପ୍ରାୟ ପୀଡ଼ିତାଜଣକ ସେ ବାଟେ ଯାଉଥିବା ଜଣେ ଚାଷୀଙ୍କ ନିକଟରେ ପହଞ୍ଚିଥିଲେ। ସେ ସ୍ଥାନୀୟ ଚାଷୀଜଣକ ଦୁର୍ଗତ ପରିବାରକୁ ଦେଖି ୧୦୦କୁ ଡାଏଲ୍ କରିଥିଲେ। ପରେ ସେ ପରିବାର ଭୋପା ଅଞ୍ଚଳର ନିକଟସ୍ଥ ଥାନାକୁ ଯାଇ ଥିଲେ ଏତଲା ଦେବା ନିମନ୍ତେ। ଡାକ୍ତରୀ ମାଇନା ପାଇଁ ପୁଲିସ ପୀଡ଼ିତାଙ୍କୁ ମହିଳା ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଥିଲା। ସେ ଯାହାହେଉ, ସ୍ୱାମୀଟି ଅଭିଯୋଗ କରିଛନ୍ତି ଯେ ପୁଲିସ ତାଙ୍କ ଅଭିଯୋଗ ପ୍ରତି ଗୁରୁତ୍ୱ ଦେଇ ନାହିଁ।
ଗ୍ରାମାଞ୍ଚଳ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅଜୟ ସହଦେବ କହିଛନ୍ତି: ସେକ୍ସନ୍ ୩୭୬ ଡି, ୫୦୬ ଏବଂ ୩୨୩ ଅଧୀନରେ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି। ଘଟଣାସ୍ଥଳରୁ ପ୍ରମାଣ ଯୋଗାଡ଼ ପାଇଁ ଆମେ କାମ କରୁଛୁ। ଅପରାଧ ସ୍ଥଳରେ ଫୋରେନ୍ସିକ୍ ଟିମ୍ ପହଞ୍ଚିଛନ୍ତି।
ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅନନ୍ତ ଦେବ ତିଓ୍ଵାରି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କହିଛନ୍ତି ଯେ ସନ୍ଦିଗ୍ଧମାନଙ୍କୁ ଖୋଜିବା କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ଭୋପା ପୁଲିସକୁ ନିର୍ଦେଶ ଦିଆଯାଇଛି।
ଗତ ଅଗଷ୍ଟ ମାସରେ ଏକା ପ୍ରକାରର ଅନ୍ୟ ଏକ ଅପରାଧ ଘଟିଥିଲା। ମୁଜାଫରନଗରସ୍ଥିତ ମଣ୍ଡି ଅଞ୍ଚଳର ଏକ ଆଖୁ କିଆରିରେ ନିଜ ପୁରୁଷ ବନ୍ଧୁଙ୍କ ସହ ବୁଲୁଥିବାବେଳେ ଜଣେ ଏକାଦଶ ଶ୍ରେଣୀର ଛାତ୍ରୀଙ୍କ ସହ ତିନି ଜଣ ଲୋକ ଗଣ ଦୁଷ୍କର୍ମ କରିଥିଲେ। ସେ ତିନି ଜଣ ପଡ଼ୋଶୀ ଗାଁ’ର ବୋଲି ଜଣା ପଡ଼ିଥିଲା ଏବଂ ସେମାନଙ୍କୁ ଗିରଫ କରାଯାଇ ଥିଲା।