କାନପୁର: ଚଳନ୍ତା କାର ଭିତରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ

 

କାନପୁର: ଚଳନ୍ତା କାର ଭିତରେ ୫ ଜଣ ଯୁବକ ଜଣେ ୨୨/୨୩ ବର୍ଷୀୟା ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯୁବତୀଜଣକ କାନପୁରର ଝକରକଟି ଷ୍ଟେସନରେ ଅପେକ୍ଷା କରିଥିବା ବେଳେ ୫ ଜଣ ଯୁବକ ତାଙ୍କୁ ଅପହରଣ କରି ନେଇ ଚଳନ୍ତା କାରରେ ଗଣ ଦୁଷ୍କର୍ମ କରିବା ପରେ ଗୁରୁତର ଅବସ୍ଥାରେ ରାସ୍ତାକଡ଼ରେ ଫିଙ୍ଗି ଫେରାର ହୋଇଯାଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ପୀଡ଼ିତାଙ୍କୁ ଉଦ୍ଧାର କରି ଉନ୍ନାଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।ଏ ନେଇ ଦଫା ୩୭୬ (ଘ)ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ ହୋଇଛି ବୋଳଇ ଉନନାଓ ଜିଲ୍ଲା ପୁଲିସ ଅଧିକ୍ଷକ ପୁଷ୍ପାଞ୍ଜଳି ଦେବୀ କହିଛନ୍ତ।
ଉନନାଓ ଜିଲ୍ଲା ପୁଲିସ ଅଧିକ୍ଷକ ପୁଷ୍ପାଞ୍ଜଳି ଦେବୀ କହିଛନ୍ତି ଯେ ମହିଳା ଜଣକ ଯେୁଁ ବୟାନ ପୁଲିସ ନିକଟରେ ଦେଇଛନ୍ତି, ସେହିଅନୁଯାୟୀ ସେ ହମୀରପୁରର ବାସିନ୍ଦା ଓ ସେ ତାଙ୍କ ବାପାମାଆଙ୍କ ସହିତ ଅହମ୍ମଦାବାଦରେ ରୁହନ୍ତି। ସେ ସାବରମତି ଏକ୍ସପ୍ରେସ ଯୋଗେ ଆସି କାନପୁରରେ ପହଞ୍ଚିଥିଲେ। ଗତ ମଙ୍ଗଳବାର ରାତିରେ ସେ କାନପୁରରେ ପହଞ୍ଚିବା ପରେ ସକାଳ ପର୍ଯ୍ୟନ୍ତ ଷ୍ଟେସନରେ କାଟିଥିଲେ। ଏହି ସମୟରେ ଏକ ବୋଲେରୋ ଆସିଥିଲା। ଏଥିରେ ଥିବା ଯୁବକମାନଙ୍କ ମଧ୍ୟରୁ ଦୁଇଜଣ ତାଙ୍କର ପୁରୁଣା ଚିହ୍ନା ଲୋକ ଥିଲେ। ଏହି ଯୁବକମାନେ ତାଙ୍କୁ ତାଙ୍କ ଘର ପାଖରେ ଛାଡ଼ିଦେବେ ବୋଲି କହି ବୋଲେରୋରେ ଯିବା ପାଇଁ ପ୍ରବର୍ତ୍ତାଇ ଥିଲେ। ଯୁବକମାନଙ୍କୁ ବିଶ୍ୱାସ କରି ସେ ବୋଲେରୋରେ ବସିଥିଲେ। ପରେ ଯୁବକମାନେ ତାଙ୍କୁ ସେହି କାର ଭିତରେ ଗଣ ଦୁଷ୍କର୍ମ କରିବା ସହିତ ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇ ଯାଇଥିଲେ। ରାସ୍ତାକଡ଼ରେ ଗୁରୁତର ଭାବେ ଅର୍ଦ୍ଧଚେତନ ଅବସ୍ଥାରେ ପଡିଥିବା ଜଣେ ଯୁବତୀଙ୍କୁ ଦେଖି କେତେକ ପଥଚାରୀ ପୁଲିସକୁ ଖବର ଦେଇଥିଲେ। ଖବରପାଇ ପୁଲିସ ଗୁରୁତର ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭତ୍ତି କରିଛି। ତାଙ୍କ ମେଡିକାଲ ରିପୋର୍ଟ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇ ନାର୍ହିଁ ବୋଲି ଏସପି ପୁଷ୍ପାଞ୍ଜଳି ଦେବୀ କହିଛନ୍ତି। ଘଟଣା ସମ୍ପର୍କରେ ଯୁବତୀଙ୍କ ସମ୍ପର୍କୀୟମାନଙ୍କୁ ସୂଚନା ଦିଆଯାଇଛି। ହମୀରପୁରରେ ଥିବା ଯୁବତୀଙ୍କ ସମ୍ପର୍କୀୟମାନେ ଆସି ଡାକ୍ତରଖାନାରେ ପହଞ୍ଚିଛନ୍ତି। ଅହମ୍ମଦାବାଦରୁ ତାଙ୍କ ବାପାମାଆ ଆସି ପହଞ୍ଚି ନାହାଁନ୍ତି ବୋଲି ଏସ୍‌ପି ପୁଷ୍ପାଞ୍ଜଳି ଦେବୀ କହିବା ସହିତ ଏହି ଘଟଣାର ସମସ୍ତ ଦିଗରୁ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର