ପୁଣି ଏକ ନର୍ଭୟାକାଣ୍ଡ: ଶିବରାତ୍ରୀ ମେଳାରୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହେଲେ ମହିଳା, ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ

କୋଲକାତା : ପଶ୍ଚିମବଙ୍ଗରେ ରବିବାର ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବାର ଘଟଣା ସାମ୍ନାକୁ ଆସିଛି, ଯାହାକି ଦିଲ୍ଲୀରେ ହୋଇଥିବା ୨୦୧୨ ମସିହାର ନିର୍ଭୟା କାଣ୍ଡକୁ ପୁଣିଥରେ ମନେ ପକାଇଦେଇଛି। ଗଣଦୁଷ୍କର୍ମ ପିଡ଼ୀତା  ବର୍ତ୍ତମାନ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ସୂଚନାଯୋଗ୍ୟ, କୁସମଣ୍ଡି ଅଞ୍ଚଳରେ ବସବାସ କରୁଥିବା ୨୮ବର୍ଷୀୟ ରଶ୍ମି(ଛଦ୍ମନାମ) ଶିବରାତ୍ରୀ ମେଳା ଦେଖି ରବିବାର ରାତିରେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ରାମ ପ୍ରବେଶ ଶର୍ମା ଓ ଅନ୍ୟ କିଛି ଲୋକ ମହିଳାଙ୍କୁ ଘେରି ଯାଇଥିଲେ। ରାସ୍ତାରୁ ରଶ୍ମିକୁ ଜୋରଜବରଦସ୍ତି ଉଠାଇ ଦିନାଜପୁରସ୍ଥିତ ଏକ ବ୍ରିଜ୍‌ ତଳକୁ ନେଇ ଯାଇଥିଲା। ସେଠାରେ ମହିଳାଙ୍କୁ ସେମାନେ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। କେବଳ ଏତିକି ନୁହେଁ, ଦୁଷ୍କର୍ମ କରିବା ପରେ ରଶ୍ମିଙ୍କୁ ଗୁପ୍ତାଙ୍ଗରେ ଲୁହା  ରଡ ପୁରାଇ ତାଙ୍କୁ କ୍ଷତାକ୍ତ କରି ଦେଇଥିଲେ। ରଶ୍ମି ଯନ୍ତ୍ରଣାରେ ଚିତ୍କାର କରିବା ଫଳରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ। ଏହାପରେ ଏ ସମ୍ପର୍କରେ ପୁଲିସକୁ ଖବର ଦେବା ପରେ ମହିଳାଙ୍କୁ ଚିକିତ୍ସା ପାଇଁ ମାଲଦା ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଦୁଇଟି ସର୍ଜରି ହୋଇ ସାରିଥିଲା ପରେ ବି ଏବେ ସେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ପୁଲିସ ଏହି ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ପୁଲିସ୍ ଗିରଫ ଗରିଛି। ଏହି ଘଟଣାରେ ସାମିଲ ଥିବା ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି।

ଉଲ୍ଲେଖଯୋଗ୍ୟ, ସେଦିନ ବି ଥିଲା ରବିବାର। ଅର୍ଥାତ୍‌ ୨୦୧୨ ମସିହା ଡିସେମ୍ବର ୧୬ ତାରିଖ ରାତିରେ ନୂଆଦିଲ୍ଲୀରେ ଏକ ଚଳନ୍ତା ବସ୍‌ରେ ଜଣେ ଯୁବତୀ ତାଙ୍କର ପୁରୁଷ ବନ୍ଧୁଙ୍କ ସହିତ ସିନେମା ଦେଖି ଫେରୁଥିବା ସମୟରେ ଗଣଦୁଷ୍କର୍ମର ଶିକାର ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ଯୁବତୀ ବସରେ ବସିବା ପରେ ପାଖାପାଖି ୪ରୁ ୫ଜଣ ଲୋକ ତାଙ୍କ ସହ ଅସଦାଚଣ କରିବା ଆରମ୍ଭ କରି ଦେଇଥିଲେ। ସେହି ବସରେ ଅନ୍ୟ କୌଣସି ଯାତ୍ରୀ ନ ଥିଲେ। ସେହି ଲୋକମାନଙ୍କୁ ଠାରୁ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ହେଲେ ଦୁଷ୍କର୍ମକାରୀ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ମାରଧର କରି ଦକ୍ଷିଣ ଦିଲ୍ଲୀ ମହିପାଲପୁର ନିକଟସ୍ଥ ନଜଦିକ ବସନ୍ତ ବିହାର ଅଞ୍ଚଳରେ ଫିଙ୍ଗି ଦେଇ ଘଟଣାସ୍ଥଳକୁ ବସ୍‌ ନେଇ ଚାଲି ଯାଇଥିଲେ। ଏହାପରେ ଯୁବତୀଙ୍କୁ ଗୁଣଦୁଷ୍କର୍ମ କରି ତାଙ୍କ ଗୁପ୍ତାଙ୍ଗ ଭିତରେ ରଡ ପୁରାଇ ଅତି ଶୋଚନୀୟ ଅବସ୍ଥାରେ ତାଙ୍କୁ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର