ଭାଇ ସହ ବାଇକ୍‌ରେ ବସି ଔଷଧ ଆଣିବା ପାଇଁ ଯାଉଥିବା ବେଳେ ଅପହରଣ କରି ଦୁଷ୍କର୍ମ କଲେ ୫ ଦୁର୍ବୃତ୍ତ, ମହିଳାଙ୍କ ଅତି ନିଜର ଥିଲେ ଅଭିଯୁକ୍ତ !

ହୋଶିଆରପୁର୍‌ : ପଞ୍ଜାବର ହୋସିଆରପୁର୍‌ରେ ଘଟିଥିବା ଘଟଣା ସ୍ୱାମୀ-ସ୍ତ୍ରୀ, ଶଶୁର-ବୋହୂ ଏବଂ ଦିଅର ଭାଉଜ ମଧ୍ୟରେ ଥିବା ସଂପର୍କରେ କଳଙ୍କ ଲଗାଇଛି । ଶାଶୁ ଘରର ୫ଜଣ ସଦସ୍ୟଙ୍କ ଦ୍ୱାରା ବୋହୂ ଦୁଷ୍କର୍ମର ଶିକାର ହେବା ଘଟଣାକୁ  ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ମୁତାବକ, ୭ବର୍ଷ ପୂର୍ବେ ହର୍‌ମୋୟେରେ ରହୁଥିବା ଜଣେ ଯୁବକଙ୍କୁ ବିବାହ କରିଥିଲେ ପୀଡ଼ିତା । ବିବାହ ପରେ ଶାଶୁ ଘରେ ପୀଡ଼ିତାଙ୍କୁ ସବୁଦିନ ମାଡ଼ ମରାଯାଉଥିଲା । କିଛି ବର୍ଷ ସହିବା ପରେ ଶେଷରେ ପୀଡ଼ିତା ଶାଶୁ ଘର ଛାଡ଼ି ବାପ ଘରକୁ ଚାଲି ଆସିଥିଲେ । ଏହି ସମୟରେ ପୀଡ଼ିତାଙ୍କ ଦେହ ଖରାପ ହେବାରୁ ସେ ନିଜ ଭାଇ ସହ ଔଷଧ ଆଣିବା ପାଇଁ ବାହାରିଥିଲେ । ବାଟରେ ଯାଉଥିବା ବେଳେ ପୀଡ଼ିତାଙ୍କ ଶଶୁର, ସ୍ୱାମୀ,ଦିଅର,ଦେଢ଼ଶୁର ଏବଂ ତାଙ୍କର ଜଣେ ପଡ଼ୋଶୀ ଆସି ପୀଡ଼ିତାଙ୍କୁ ଅପହରଣ କରିନେବା ସହ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ ସେମାନେ ରାସ୍ତାରେ ତାଙ୍କୁ ବୁଲାଇବା ସହ ଗୋଟେ ସ୍ଥାନରେ ଚା’ ପିଇବା ପାଇଁ ୫ଜଣ ଅଟକିଥିଲେ । ଏହି ସମୟରେ ସେହି ବାଟ ଦେଇ ଜଣେ ପୁଲିସକର୍ମୀଙ୍କୁ ଯାଉଥିବାରୁ ଦେଖି ପୀଡ଼ିତା ଗାଡ଼ିରୁ ବାହାରି ପୁଲିସକୁ ପୂରା ଘଟଣା ଜଣାଇଥିଲେ ।

Isha Sadhguru

ଅନ୍ୟ ପକ୍ଷରେ ପୁଲିସକୁ ଦେଖି ସେଠାରୁ ଖସି ପଳାଇଥିଲେ ୫ଜଣ ଅଭିଯୁକ୍ତ । ପୀଡ଼ିତାଙ୍କ ଅଭିଯୋଗ ପାଇ ଏବେ ପୁଲିସ ୫ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ସେମାନଙ୍କୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର