ମିରଟ: ମାଆର ପରକୀୟ ପ୍ରୀତିକୁ ବିରୋଧ କରୁଥିଲା ୨୮ ବର୍ଷିୟ ପୁଅ। ଆଉ ନିଜ ପ୍ରେମିକକୁ ପାଇବା ପାଇଁ ପାଗଳିନୀ ମାଆ ନିଜ ଜନ୍ମିତ ପୁଅକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲେ। ନିଜ ପ୍ରେମିକ ଓ ଭଡ଼ାଟିଆ ଗୁଣ୍ଡାଙ୍କ ଦ୍ୱାରା ନିଜ ପୁଅକୁ ମରାଇଥିବା ଏହିପରି ଜଣେ ମାଆଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶର ମିରଟ ପୁଲିସ। କେବଳ ମାଆ ନୁହଁନ୍ତି, ତାଙ୍କ ପ୍ରେମକ ଓ ଭଡାଟିଆ ଗୁଣ୍ଡାଙ୍କୁ ମଧ୍ୟ ପୁଲିସ ଗିରଫ କରିବା ପରେ ଘଟଣା ଉପରୁ ପର୍ଦ୍ଦା ହଟିଛି।
ଗତ ମେ ମାସ ୨୦ ତାରିଖରେ ମିରଟର ଟିପିନଗର ଥାନାରେ ମୁକେଶ ପରାଶର ନାମକ ଜଣେ ୨୮ ବର୍ଷିୟ ଯୁବକ ନିଖୋଜ ହୋଇଯାଇଥିିବା ନେଇ ଅଭିଯୋଗ ହୋଇଥିଲା। ଏହାର ଦିନକ ପରେ ମୁକେଶଙ୍କ ମୃତଦେହ ବ୍ରହ୍ମପୁରୀ ଅଞ୍ଚଳର ନରୟାଦା ଗାଁ ନିକଟରେ ଥିବା ଏକ ନଳକୁଅ ମୂଳରୁ ମିଳିଥିଲା। ଶବ ବ୍ୟବଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ମୁକେଶଙ୍କୁ ଶ୍ୱାସରୁଦ୍ଧ କରାଯାଇ ହତ୍ୟା କରାଯାଇଛି। ପରେ ପୁଲିସ ଅପମୃତ୍ୟୁ ମାମଲା ବଦଳରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ପୁଲିସ ହତ୍ୟାକାଣ୍ଡର କାରଣ ଓ ଏହା ପଛରେ ଥିବା ଉଦ୍ଦେଶ୍ୟକୁ ଠଉରାଇ ପାରି ନ ଥିଲା। ଏହାପରେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ବିଭିନ୍ନ ଲୋକଙ୍କୁ ପଚରାଉଚରା ସମୟରେ ପୁଲିସ ଜାଣିବାକୁ ପାଇଥିଲା ଯେ ମୁକେଶ ପରାଶରଙ୍କର ତାଙ୍କ ମଆ ଉଷା ପରାଶରଙ୍କ ସହିତ ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା। ଉଷା ପରାଶର ନୌସାଦ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲେ। ମାତ୍ର ମୁକେଶ ଏହାକୁ ବିରୋଧ କରୁଥିଲେ। ଏହି ଘଟଣା ନେଇ ମାପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୁଏ। ପୁଲିସ ଏହି ସୂଚନା ପାଇବା ପରେ ସନ୍ଦେହର ଜାଲ ମୃତ ମୁକେଶଙ୍କ ମା ଉଷାଙ୍କ ଉପରେ ସ୍ଥିର କରିଥିଲା। ମିରଟର ଏସଏସପି ରାଜେଶ ପାଣ୍ଡେଙ୍କ କହିବାନୁସାରେ ମୁକେଶଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିବାକୁ ଉଷା ତାଙ୍କ ପ୍ରେମିକ ନୌସାଦଙ୍କୁ କହିଥିଲେ।ମାତ୍ର ୪୮ ବର୍ଷୀୟ ଉଷା ବିଭିନ୍ନ ଭାବେ ପୁଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ଉଷା ପୁଲିସକୁ କହିଥିଲେ ଯେ ତାଙ୍କ ପୁଅ ମୁକେଶ ଅଧିକାଂଶ ସମୟରେ ମଦପିଇ ଲୋକଙ୍କ ସହିତ ଗଣ୍ଡଗୋଳ କରନ୍ତି। ହୁଏତ ନିଶାସକ୍ତଭାବେ ନଳକୁଅ ପାଖରେ ପଡ଼ି ସେ ମୃତ୍ୟୁବରଣ କରିଛନ୍ତି। ମାତ୍ର ପୁଲିସ ଉଷାଙ୍କ କଥାକୁ ବିଶ୍ୱାସକୁ ନ ନେଇ ଉଷା ଓ ନସାଦଙ୍କ ମୋବାଇଲ ଫୋନର କଲ ଡିଟେଲ୍ସ ବାହାର କରିଥିଲା। ପରେ ନୌସାଦଙ୍କୁ ପୁଲିସ ଧରି ପଚାରିବାରୁ ସେ େଓ ତାଙ୍କ ଦ୍ୱାରା ନିଯୁକ୍ତ ଭଡ଼ାଟିଆ ସୁପାରି କିଲର ବିଲାଲ ଦ୍ୱାରା ମୁକେଶଙ୍କୁ ମାରିଥିବା ସ୍ୱୀକାର କରିଥିଲେ। ସେମାନେ ଉଷାଙ୍କ କଥାରେ ମୁକେଶଙ୍କୁ ମଦପିଆଇ ସାଙ୍ଗରେ ନେଇ ଯାଇଥିଲେ। ନିଛାଟିଆ ସ୍ଥାନ ଦେଖି ଏକ ରଶିରେ ମୁକେଶଙ୍କ ତାଙ୍କ ତଣ୍ଟି ଚିପି ହତ୍ୟା କରି ଫିଙ୍ଗି ଦେଇଥିଲେ। ପୁଲିସ ଉଷା, ନୌସାଦ ଓ ବିଲାଲଙ୍କୁ ଗରିଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ରଶି ମଧ୍ୟ ଜବତ କରିଛି।
ମାଆ ସାଜିଲା ଡାହାଣୀ: ନିଜ ପରକୀୟ ପ୍ରୀତି ପାଇଁ ୨୮ ବର୍ଷୀୟ ପୁଅକୁ କଲା ହତ୍ୟା
/sambad/media/post_attachments/wp-content/uploads/2018/05/Mother-Killed-Son_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)