ଉତ୍ତରକାଶୀ: ଉତ୍ତରାଖଣ୍ଡରେ ଜଣେ ବାପା ନିଜ ଝିଅ ଉପରେ ଖରାପ ନଜର ପକାଇବା ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ଆତ୍ମରକ୍ଷା କରିବାକୁ ଯାଇ ଝିଅ କୁରାଢ଼ିରେ ବାପାକୁ ହାଣି ହତ୍ୟା କରି ଦେବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା ଉତ୍ତରକାଶୀ ଜିଲ୍ଲାର ବାଦକୋଟରେ ଘଟିଥିଲା। ସୋମବାର ରାତିରେ ଏହି ଘଟଣା ଘଟିବା ପରେ ମହିଳାଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା ବୋଲି ବୁଧବାର ପୁଲିସ ସୂତ୍ରରୁ ପ୍ରକାଶ।
ସ୍ଥାନୀୟଲୋକଙ୍କ କହିବାନୁସାରେ, ୨୫ବର୍ଷୀୟ ମହିଳାଙ୍କ ବିବାହ ହୋଇ ସାରିଥିଲା। ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାପ ଘରକୁ ଆସିଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ମହିଳା ଆସି ତାଙ୍କ ଘରେ ଶୋଇଥିଲେ। ସେହି ସମୟରେ ପରିବାରର ଅନ୍ୟ ସଦସ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଏହି ସମୟରେ ବାପା ଝିଅ ପାଖକୁ ଆସି ଖରାପ ବ୍ୟବହାର କରିବା ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା। ଝିଅ ବାପାକୁ ଅନେକ ବୁଝାଇ ଥିଲା, କିନ୍ତୁ ସେ ଝିଅର କୌଣସି କଥା ଶୁଣି ନଥିଲା। ସେ ସମୟରେ ଝିଅକୁ କିଛି ବୁଦ୍ଧିବାଟ ଦିଶି ନଥିଲା। ସେ ନିଜର ଆତ୍ମରକ୍ଷା ପାଇଁ ପାଖରେ ଥିବା ଏକ କୁରାଢ଼ିରେ ବାପାକୁ ହାଣି ପକାଇଥିଲା। ଫଳରେ ଘଟଣାସ୍ଥଳରେ ଦୁଷ୍କର୍ମକାରୀ ବାପାର ମୃତ୍ୟୁ ହୋଇଯାଇଥିଲା। ଘରକୁ ଫେରିବା ପରେ ଏହି ଦୃଶ୍ୟ ଦେଖି ପରିବାରଲୋକ ସ୍ତବ୍ଧ ହୋଇ ରହି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/woman_hacks_father_to_death_19_06_2019.jpg)