ବିବାହ ପ୍ରତିଶ୍ରୁତି ପରେ ପୁଲିସ ବାବୁଙ୍କ ପ୍ରତାରଣା

ଭୁବନେଶ୍ବର : ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିଛନ୍ତି ଜଣେ ପୁଲିସ ଅଧିକାରୀ। ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ସହ ବନ୍ଧୁକ ମୁନରେ ଭୟଭୀତ କରି ଗର୍ଭପାତ କରାଇଛନ୍ତି। ଗାଡ଼ି ଦେବା ପାଇଁ ୫ ଲକ୍ଷ ଟଙ୍କା ନେଇ ମଧ୍ୟ ଗାଡ଼ି ଦେଇ ନ ଥିବା ଅଭିଯୋଗ ହୋଇଛି। ଗାଡ଼ି ବେପାରକୁ ନେଇ ଏକ ଦଲାଲ ସହ ହୋଇଥିବା ଟେଲିଫୋନ୍‌ କଥାବାର୍ତ୍ତାର ଭଏସ୍‌ କଲ ରେକର୍ଡ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଯୁବତୀ ଜଣକ ଏନେଇ ମହିଳା ଥାନାରେ ଅଭିଯୋଗ କରିଥିବା କହିଛନ୍ତି। କିନ୍ତୁ ଏ ନେଇ ଅଭିଯୋଗ ହୋଇ ନ ଥିବା ମହିଳା ଥାନା ଇନ୍‌ସ୍ପେକ୍ଟର କହିଛନ୍ତି।

ପ୍ରକାଶ ଥାଉକି ଗତ ମାର୍ଚ୍ଚ ମାସରେ ଅଭିଯୁକ୍ତ ଅଧିକାରୀ ଓ ଯୁବତୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ବିବାଦ ହେବାରୁ ଅଭିଯୋଗକାରିଣୀ ମହିଳା ଥାନା‌ର ଦ୍ବାରସ୍ଥ ହୋଇଥିଲେ। ସେଠାରେ ଉଭୟପକ୍ଷ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା। ୧୫ ଦିନ ଭିତରେ ବିବାହ ହେବ ବୋଲି ନିଷ୍ପତ୍ତି ‌ହୋଇଥିଲା। ବିବାହ ପରେ ସେମାନେ ଆସି ମହିଳା ଥାନାରେ ଦେଖା କରିବେ ବୋଲି ସର୍ତ୍ତ ରହିଥି‌ଲା। ଏବେ ଏହି ବୁଝାମଣାକୁ ସମ୍ପୃକ୍ତ ଅଭିଯୁକ୍ତ ଅଧିକାରୀ ବେଖାତିର କରି ଧୋକା ଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର