‘ସେଦିନ ଜିନ୍‌ସ ପିନ୍ଧିଥିବାରୁ ଦୁଷ୍କର୍ମରୁ ବର୍ତ୍ତିଗଲି’; ୟୁଟ୍ୟୁବ୍‌ ଭିଡିଓ ଜରିଆରେ ଅନୁଭୂତି ବଖାଣିଲେ ମହିଳା

ନୂଆଦିଲ୍ଲୀ: ବେଳେ ବେଳେ ଲୋକେ ଜିନ୍‌ସ କିମ୍ବା ଅନ୍ୟ କିଛି ଆଧୁନିକ ପୋଷାକକୁ ଦୁଷ୍କର୍ମ ବୃଦ୍ଧିର କାରଣ ବୋଲି କହିଥାନ୍ତି। ମାତ୍ର ଜଣେ ଯୁବତୀ ନିଜ ଅଙ୍ଗେ ନିଭା ଅଭିଜ୍ଞତାରୁ କହିଛନ୍ତି ଯେ ସେଦିନ ସେ ଜିନ୍‌ସ ପିନ୍ଧିଥିବାରୁ ଦୁଷ୍କର୍ମରୁ ବର୍ତ୍ତି ଯାଇଛନ୍ତି। ଯୁବତୀ ଜଣକ ହେଉଛନ୍ତି ଜଣେ ୟୁଟ୍ୟୁବର୍‌। ସେ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଜରିଆରେ ନିଜର ଏକ ଅନୁଭୂତିକୁ ବଖାଣିଛନ୍ତି।

୩୫ ବର୍ଷୀୟ ମହିଳା ଜଣକ କହିଛନ୍ତି କି ‘ମୋତେ ସେତେବେ‌ଳେ ମାତ୍ର ୧୮ ବର୍ଷ ବୟସ ହୋଇଥାଏ। ଦ୍ବାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ମୁଁ ଏକ ସଂସ୍ଥାରେ କାମ କରିବା ଆରମ୍ଭ କରିଥାଏ। ସେଠାରେ ଜଣେ ପୁରୁଷ ସାଥୀଙ୍କ ସହ ମୋର ଟିକେ ଭଲ ସଂପର୍କ ଗଢ଼ି ଉଠିଥାଏ। ଦୁହିଁଙ୍କ ଭିତରେ ସଂପର୍କ ଗଢ଼ି ଉଠିଥିବାରୁ ମୁଁ ଥରେ ତାଙ୍କ ଘରକୁ ବୁଲିବାକୁ ଯାଇଥାଏ। ତାଙ୍କ ଘରେ କେହିନଥାନ୍ତି। ମୁଁ ପାଣି ପିଇବାକୁ ଛିଡ଼ା ହୋଇଥାଏ। ସେ ଆସି ମୋ ପଛ ପଟରୁ ମୋତେ ଧରିଦେଲେ। ମୁଁ ଯେତେ ଚେଷ୍ଟା କଲି ତାଙ୍କ କବଳରୁ ମୁକୁଳି ପାରିଲିନାହିଁ। ‌ସେ ଖରାପ ଭାବେ ମେ‌ାତେ ଛୁଇଁବା ସହ ମୋ କପଡ଼ାକୁ ଭିଡ଼ାଭିଡ଼ି କରିବା ଆରମ୍ଭ କରିଦେଲେ। ମୁଁ ତାଙ୍କୁ ଏକ ଥାପଡ଼ ମାରି ସେ ସ୍ଥାନ ଛାଡ଼ି ପଳାଇ ଆସିଲି। ଭବବାନଙ୍କ କୃପାରୁ ମୁଁ ଜିନ୍‌ସ ପିନ୍ଧିଥିବାରୁ ସେଦିନ ଦୁଷ୍କର୍ମରୁ ବଞ୍ଚିଗଲି।’

ଏବେ ଏହି ମହିଳା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ ଏବେ ମହିଳାମାନଙ୍କୁ ଆତ୍ମରକ୍ଷ‌ା ପାଇଁ ପ୍ରଶିକ୍ଷଣ ଦେଉଛନ୍ତି। ସେଇ ଘଟଣା ପରଠାରୁ ସେ ପ୍ରତ୍ୟେକ ମହିଳାଙ୍କୁ ନିଜକୁ ସୁରକ୍ଷା ଦେବା ବିଷୟରେ ଶିକ୍ଷା ପ୍ରଦାନ କରିବାକୁ ଶପଥ କରିଥିବା ୟୁଟ୍ୟୁବ୍‌ ଭିଡିଓରେ କହିଛନ୍ତି।

ସମ୍ବନ୍ଧିତ ଖବର