ବେଙ୍ଗାଲୁରୁ: ଦୁଇ ପଡ଼ୋଶିନୀଙ୍କ ଘରୁ ଚୋରି କରାଇବାକୁ ୧୦ ଜଣ ଡକାୟତ ଭଡ଼ାରେ ଆଣିଥିବା ଜଣେ ୪୭ ବର୍ଷୀୟ ମହିଳାଙ୍କୁ ରବିବାର ଦିନ ଗିରଫ କରିଛି।
ମୁଖ୍ୟ ଅଭିଯୁକ୍ତା ଗିରିଜାମା ଏବଂ ୬୭ ବର୍ଷୀୟ ନରସମ୍ମା, ଏବଂ ତାଙ୍କର ବୋହୂ ପ୍ରଭାବତୀ କିଛି ବର୍ଷ ହେବ କୋନାନାକୁଣ୍ଟେର ପୁରୁଣା ବ୍ୟାଙ୍କ୍ କଲୋନି କୋଠାରେ ରହିଆସୁଥିଲେ।
ଗିରଫ ହୋଇଥିବା ଗିରିଜାମ୍ମାଙ୍କର ସହଯୋଗୀମାନେ ହେଲେ ୫୧ ବର୍ଷିୟ ରାଜୁ ଓରଫ ଦିଚ୍ଚି ରାଜୁ, ୩୦ ବର୍ଷିୟ ସୁରେଶ ସି, ୩୪ ବର୍ଷିୟ ଲିଙ୍ଗରାଜୁ ଏସ୍। ଏମାନେ ଦକ୍ଷିଣ ବେଙ୍ଗାଲୁରୁ ଅନ୍ତର୍ଗତ କୋଣଣକୁଣ୍ଟେ୍ର ଅଧିବାସୀ। ୨୫ ବର୍ଷିୟ ଷ୍ଟିଫେନ୍ ରାଜ, ୨୫ ବର୍ଷିୟ ମଣିକାନ୍ତନ, ୨୦ ବର୍ଷିୟ ସତୀଶ ଏ, ୨୧ ବର୍ଷିୟ ରାଜେଶ ଏସ୍, ୨୯ ବର୍ଷିୟ ଅବ୍ଦୁଲ୍ ସମାଦ ,ବଂ ୨୪ ବର୍ଷିୟ ସତିଶ କୁମାର। ଏମାନେ ସମସ୍ତେ ତାମିଲନାଡୁବାସୀ।
ଚିଟ୍-ଫଣ୍ଡ୍ ବ୍ୟବସାୟ ଚଳାଉଥିବା ଗିରିରାଜମ୍ମାଙ୍କର ଖୁବ୍ କ୍ଷତି ହୋଇଥିଲା। ସେ ବାନ୍ଧୁ ଦିଚ୍ଚି ରାଜୁଙ୍କୁ ତାଙ୍କର ଆର୍ଥିକ ପରିସ୍ଥିତି ସଂକ୍ରାନ୍ତରେ ଜଣାଇଥିଲେ। ଘରେ ଏକା ରହୁଥିବା କୌଣସି ଦୁଇ ମହିଳାଙ୍କୁ ଚିହ୍ନଟ କରିବାକୁ ସେ ଗିରିରାଜମ୍ମାଙ୍କୁ କହିଥିଲେ। ଫଳରେ ତାଙ୍କ ଗ୍ୟାଙ୍ଗ୍ ସେଠାରୁ ଚୋରି କରିପାରିବେ।
ତା’ପରେ ଗିରିରାଜମ୍ମାଙ୍କର ମନକୁ ଆସିଲା ସ୍ୱାମୀ ମରିଯିବା ପରେ ଘରେ ଏକା ରହୁଥିବା ନରସମ୍ମା ଏବଂ ପ୍ରଭାବତୀଙ୍କ କଥା। ପ୍ରଭାବତୀ ଥିଲେ ଜଣେ ଦରଜୀ। ରାଜୁ ଏବଂ ତାଙ୍କ ଗ୍ୟାଙ୍ଗ୍ ତାଙ୍କ ଘରେ ଚଢ଼ାଉ କରି ଅଗଷ୍ଟ ୨୮ ତାରିଖ ଦିନ ୨୯୮ ଗ୍ରାମ୍ ସୁନା ନେଇଯାଇଥିଲେ।
ଘର ନିକଟରେ ଥିବା ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରି ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସମର୍ଥ ହୋଇଥିଲା।