ଭଣ୍ଡବାବା ସହ ମା’ର ଅବୈଧ ସଂପର୍କକୁ ବିରୋଧ କରିବା ମହଙ୍ଗା ସାବ୍ୟସ୍ତ ହେଲା; ଭଡ଼ାଟିଆ ହତ୍ୟାକରୀଙ୍କୁ ସୁପାରୀ ଦେଇ ପୁଅକୁ ହତ୍ୟା କଲା ମା’

ନୋଇଡ଼ା: ନୋଇଡ଼ାରେ ଘଟିଯାଇଛି ଏକ ଜଘନ୍ୟ ଅପରାଧ। ନିଜ ମା’ର ଅବୈଧ ସଂପର୍କକୁ ବିରୋଧ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି। ପୁଅର ବିରୋଧକୁ ସହ୍ୟ କରି ନପାରି ଶେଷରେ ତିନିଜଣ ଭଡ଼ାଟିଆ ହତ୍ୟାକାରୀଙ୍କୁ ଲଗାଇ ମା’ ହତ୍ୟା କରିଛି ନିଜର ୨୨ ବର୍ଷୀୟ ପୁତ୍ରକୁ। ଏହି ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ନୋଇଡ଼ା ଅଞ୍ଚଳରେ ରହୁଥିବା ସୁରେଶ ଦେବୀ ନାମ୍ନୀ ଜନୈକା ମହିଳାଙ୍କ ସହ କହ୍ନେୟା ନାମକ ଜନୈକ ଭଣ୍ଡବାବା ସହ ଅବୈଧ ସଂପର୍କ ରହିଥିଲା। କହ୍ନେୟା ସବୁବେଳେ ସୁରେଶ ଦେବୀଙ୍କ ଘରକୁ ଆସିବା ସହ ତାଙ୍କ ସହ ଯୌନ ସଂପର୍କ ରଖୁଥିଲା। ତେବେ, ଏଘଟଣା ଜାଣିବା ପରେ ସୁରେଶ ଦେବୀଙ୍କ ପୁତ୍ର ଅସୁଲ ଏଘଟଣାର ପ୍ରତିବାଦ କରିବା ସହ ସୁରେଶ ଦେବୀଙ୍କୁ ଏଥିରୁ ନିବୃତ ରହିବାକୁ କହୁଥିଲା। ତେବେ, ପୁତ୍ର ଅସୁଲର ଏପ୍ରକାର ବିରୋଧରେ କ୍ଷୁବ୍ଧ ହୋଇ ସୁରେଶ ଦେବୀ, କହ୍ନେୟା ଓ ତାଙ୍କର ଅନ୍ୟ ଜଣେ ଜ୍ୱାଇଁ ଅମିତ୍‌ ସହ ମିଶି ଅସୁଲକୁ ହତ୍ୟାକରି ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ। ଏବଂ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସେମାନେ ତିନିଜଣ ଭଡ଼ାଟିଆ ହତ୍ୟାକାରୀଙ୍କୁ ଠିକ୍‌ କରିବା ସହ ସେମାନଙ୍କୁ ୩୫,୦୦୦ ଟଙ୍କାର ସୁପାରୀ ଦେଇଥିଲେ।

ସୁପାରୀ ପାଇବା ପରେ ଏହି ତିନିଜଣ ଭଡ଼ାଟିଆ ହତ୍ୟାକାରୀ ଗତ ଗୁରୁବାର ରାତିରେ ଅସୁଲକୁ ହତ୍ୟା କରି ଏକ ନିକାଞ୍ଚନ ସ୍ଥାନରେ ଫିଙ୍ଗି ଦେଇଥିଲେ। ତେବେ, ସ୍ଥାନୀୟ ଲୋକମାନେ ଅତୁଲର ମୃତ ଦେହକୁ ଦେଖି ପୁଲିସ୍‌ ଖବର ଦେଇଥିଲେ। ପରେ ପୁଲିସ୍‌ ଘଟଣା ସଂପର୍କରେ ତଦନ୍ତ କରି ଅତୁଲ ହତ୍ୟା ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ ସୁରେଶ ଦେବୀ, କହ୍ନେୟା ଓ ଅମିତ୍‌ ସମେତ ତିନି ଜଣ ଭଡ଼ାଟିଆ ହତ୍ୟାକାରୀକୁ ଗିରଫ କରିବା ସହ ଘଟଣା ସଂପର୍କରେ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର