ଆଶ୍ଚର୍ଯ୍ୟ!୧୦ଥର କୋଭିଡ ରିପୋର୍ଟ ନେଗେଟିଭ ଆସିବାପରେ ବି କରୋନାରେ ହେଲା ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଟିକା ଆସିବା ପରେ ମହାମାରୀ ସହିତ ଜଡ଼ିତ ଅନେକ ଜଟିଳ ମାମଲା ସାମ୍ନାକୁ ଆସୁଛି। ଏମିତି ଏକ ଘଟଣା ବ୍ରିଟେନରୁ ଆସିଛି। ୫୫ବର୍ଷର ଜଣେ ମହିଳାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେଉଥିଲା ତେଣୁ ସେ ତାଙ୍କର କରୋନା ପରୀକ୍ଷା କରାଇଥିଲେ। ଯେଉଁଥିରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

ରିପୋର୍ଟ ନେଗେଟିଭ ଆସିବା ସତ୍ତ୍ବେ ବି ତାଙ୍କ ସ୍ବାସ୍ଥାବସ୍ଥାରେ ସୁଧାର ଆସି ନଥିଲା। ତେଣୁ ସେ କରୋନା ପରୀକ୍ଷା ଥରକେ କି ଦୁଇଥର ନୁହେଁ, ୧୦ଥର କରିଥିଲେ। ଏହାପରେ ବି ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଶେଷରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ମୃତ୍ୟୁପରେ ମହିଳାଙ୍କ କରୋନା ପରୀକ୍ଷା କରାଯାଇଥିଲା। ଆଶ୍ଚର୍ଯ୍ୟର କଥା କରୋନାରେ ଆକ୍ରାନ୍ତ ହୋଇ ମହିଳାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ୫୫ବର୍ଷର ଡେବ୍ରା ସାଁ ହର୍ନିଆଙ୍କୁ ଅସ୍ତ୍ରୋପଚାର ପାଇଁ ରୟାଲ ଷ୍ଟକ ୟୁନିଭର୍ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ଏହାପରେ ସେ କୋମାକୁ ଚାଲି ଯାଇଥିଲେ। ଅସ୍ତ୍ରୋପଚାରର ଦୁଇ ସପ୍ତାହ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

covid test negative death

ତେବେ ମହିଳାଙ୍କ ମୃତ୍ୟୁ କରୋନାରେ ସଂକ୍ରମିତ ହୋଇ ହୋଇଛି ବୋଲି ଡାକ୍ତର ରିପୋର୍ଟ ଦେବାପରେ ପରିବାରଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ଜାଣିବାକୁ ଚାହିଁଥିଲେ ଯଦି ଡେବ୍ରା କରୋନା ସଂକ୍ରମିତ ଥିଲେ ତେବେ ତାଙ୍କୁ କାହିଁକି କୋଭିଡ ଫ୍ରି ହସ୍ପିଟାଲରେ ରଖାଯାଇଥିଲା।

ମୃତ ମହିଳାଙ୍କ ପୁଅ କ୍ରିସଙ୍କ କହିବାନୁସାରେ, ମୋର ମା’ଙ୍କୁ ଯେତେବେଳେ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଥରେ କି ଦୁଇଥର ନୁହେଁ କ୍ରମାଗତ ଭାବେ ୧୦ଥର ତାଙ୍କ କରୋନା ପରୀକ୍ଷା କରାଯାଇଥିଲା। ଏହି ସମସ୍ତ ରିପୋର୍ଟ ମା’ଙ୍କ ନେଗେଟିଭ ଆସିଥିଲା। ମା’ଙ୍କ ଫୁସଫୁସର ବି ପରୀକ୍ଷା କରାଯାଇଥିଲା ସେଥିରେ ବି କରୋନା ସଂକ୍ରମିତ ହେବାର କୌଣସି ଲକ୍ଷଣ ଚିହ୍ନଟ ହୋଇ ନଥିଲା। ଏସବୁ ପରେ ମା’ଙ୍କ ଯେତେବେଳେ ଡେଥ ସାର୍ଟିଫିକେଟ ଦେଖିଥିଲୁ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ଏଥିରେ ଲେଖାଥିଲା ମା’ଙ୍କ ମୃତ୍ୟୁ କରୋନାରେ ହୋଇଛି।

ଯଦି ମା’ଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି ତେବେ ପରିବାର ଅନ୍ୟ ସଦସ୍ୟଙ୍କ ଜୀବନ ପ୍ରତି ବି ବିପଦ ରହିଛି। କାରଣ ମା’ଙ୍କୁ ଭେଟିବାକୁ ଗଲାବେଳେ ହସ୍ପିଟାଲ କର୍ମଚାରୀ ଆମମାନଙ୍କୁ କୋଭିଡର କୌଣସି ନିୟମ ପାଳନ କରିବାକୁ କହି ନଥିଲେ। ବିନା ମାସ୍କରେ ବିନା ସୁରକ୍ଷାରେ ପରିବାର ସଦସ୍ୟ ’ଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର