ଆନନ୍ଦପୁର: ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବକ ନିଜ ସ୍ତ୍ରୀକୁ କିରୋସିନ ଢାଳିବା ପରେ ନିଆଁ ଲଗାଇ ହତ୍ୟା କରିବା ଉଦ୍ୟମ ରବିବାର ବିଫଳ ହୋଇଛି। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଥାନା ଅଂଚଳରେ ଏହି ଘଟଣା ଘଟିଛି। ହାଟଡିହୀ ବ୍ଲକର ପଂଚୁଗୋରିଆ ଗାଁର ପ୍ରଦୀପ ଦଳେଇ ନିଜ ଗାଁର ଶକୁନ୍ତଳା ଦଳେଇଙ୍କୁ ବର୍ଷ ପୂର୍ବରୁ ବୈଦିକ ରୀତିରେ ବିବାହ କରିଥିଲା। ବିବାହର କିଛି ଦିନ ପରେ ଯୌତୁକ ପାଇଁ ପ୍ରଦୀପ ନିଜ ସ୍ତ୍ରୀକୁ ନିଯ୍ୟାତନ ଦେଇ ଆସୁଥିଲା। ସ୍ୱାମୀ-ସ୍ତ୍ରୀଙ୍କର କଳି ଆଜି ଭୟଙ୍କର ରୂପ ନେଇଥିଲା।
ମହିଳାଙ୍କର ଅଭିଯୋଗ ଅନୁସାରେ ଆଜି ଦିନ ୧୨ଟା ୩୦ରେ ତାଙ୍କ ଶରୀରରେ ପ୍ରଦୀପ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ସେ ଚିତ୍କାର କରିବାରୁ ପୋଡ଼ିଶା ଲୋକେ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କ ଶରୀର କିଛି ପରିମାଣରେ ଜଳି ଯାଇଥିଲା। ଲୋକେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପୁଲିସ ମହିଳାଙ୍କର ବୟାନ ରେକର୍ଡ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/crime.jpg)